Essar ଗ୍ରୁପ୍ ସହ ପ୍ରତିଷ୍ଠାତାଙ୍କ ପରଲୋକ

ଏସାର ଗ୍ରୁପ (Essar Group)ର ସହପ୍ରତିଷ୍ଠାତା ଶଶି ରୁଇଆଙ୍କ ପରଲୋକ। ସୋମବାର ଶଶି ରୁଇଆଙ୍କ ପରଲୋକ ଘଟି ଥିବାବେଳେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୮୦ ବର୍ଷ ବୟସରେ ଏହି ବ୍ୟସାୟୀଙ୍କ ମୃତ୍ୟୁ ହୋଇଛି। ଉଦ୍ୟୋଗୀ ତଥା ଶିଳ୍ପପତି ଶଶି ରୁଇଆ ୧୯୬୫ ମସିହାରେ ତାଙ୍କ ବାପା ନନ୍ଦ କିଶୋର ରୁଇଆଙ୍କ ପରାମର୍ଶରେ ବ୍ୟବସାୟିକ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାଙ୍କ ଭାଇ ରବି ରୁଇଆଙ୍କ ସହ ଏସାର ପ୍ରତିଷ୍ଠା କରିଥିଲେ। କମ୍ପାନୀର ବ୍ୟବସାୟ ରଣନୀତି, ଅଭିବୃଦ୍ଧି ଏବଂ ବିବିଧକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶଶି।
ଶଶି ରୁଇଆ ଅନେକ ଜାତୀୟ ସଂସ୍ଥା ଏବଂ ଶିଳ୍ପ ସଙ୍ଗଠନରେ ସକ୍ରିୟ ଭାବରେ ଜଡ଼ିତ ଥିଲେ। ସେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ପରିଚାଳନା କମିଟିରେ କାର୍ଯ୍ୟ କରିଥିଲେ। ଏଥିସହ ଭାରତ-ଆମେରିକା ମିଳିତ ବ୍ୟବସାୟ ପରିଷଦର ଅଧ୍ୟକ୍ଷ ଥିଲେ ଶଶି ରୁଇଆ।

ଏହା ବ୍ୟତୀତ ଭାରତୀୟ ଜାତୀୟ ଜାହାଜ ମାଲିକ ସଂଘର ପୂର୍ବତନ ସଭାପତି ତଥା ଉଭୟ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋ-ଆମେରିକା ସିଇଓ ଫୋରମ୍ ଏବଂ ଭାରତ-ଜାପାନ ବ୍ୟବସାୟ ପରିଷଦର ସଦସ୍ୟ ଥିଲେ।

Related Posts

୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

Continue reading
ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ