୫ ଡିସେମ୍ବରରେ ମହାରାଷ୍ଟ୍ରରେ ନୂଆ ସରକାର !

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶର ଏକ ସପ୍ତାହ ବିତିଯାଇଥିଲେ ବି ସରକାର ଗଠନ ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଏପର୍ଯ୍ୟନ୍ତ ମହାଯୁତି ମେଣ୍ଟରେ ସହମତି ହୋଇପାରିନାହିଁ । ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ବରିଷ୍ଠ ନେତା ଶନିବାର କହିଛନ୍ତି ଯେ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ନୂଆ ସରକାର ଡିସେମ୍ବର ୫ରେ ଶପଥ ନେବ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସ୍ ସବୁଠାରୁ ଆଗରେ ଅଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ମହାଯୁତିର ତିନି ପ୍ରମୁଖ ନେତା ଦେବେନ୍ଦ୍ର ଫଡନବୀସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଗତ ଗୁରୁବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ବି କୌଣସି ସହମତି ହୋଇପାରିନାହିଁ । ସେହିପରି ଶୁ୍କ୍ରବାର ଆଉ ଏକ ବୈଠକ ମୁମ୍ବାଇରେ ବସିବାକୁ ଥିଲେ ବି ଏକନାଥ ହଠାତ୍ ନିଜ ପୈତୃକ ଗାଁକୁ ପଳାଇଯାଇଥିଲେ । ସେ ଅସନ୍ତୁଷ୍ଟ ଥିବା ମନେକରାଯାଉଛି । ତେବେ ଏ ନେଇ ଆଉ ଏକ ବୈଠକ ରରିବାର ବସିବ ।
ନଭେମ୍ବର ୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ମେଣ୍ଟ ମହାୟୁତି ୨୮୮ ଆସନରୁ ୨୩୦ଟି ରେ ବିଜୟୀ ହୋଇ କ୍ଷମତା ବଜାୟ ରଖିଥିଲା। ବିଜେପି ୧୩୨ଟି ଆସନ ସହ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି। ସିନ୍ଦେଙ୍କ ଶିବସେନାକୁ ୫୭ ଓ ଏନସିପିକୁ ୪୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ