ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ଶରୀରରେ ବଢିବ ଇମ୍ୟୁନିଟି

ଭୁବନେଶ୍ୱର: ଶୀତ ଦିନ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ । ଏହି ଦିନରେ ଥଣ୍ଡାରୁ ବର୍ତ୍ତିବା ପାଇଁ ଶରୀରକୁ ଗରମ ଓ ସୁସ୍ଥ ରଖିବା ଜରୁରୀ । ଏଥିପାଇଁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ କିଛି ଖାସ୍ ଜିନିଷ ମିଶାଇ ପିଉଛନ୍ତି ତାହେଲେ ଶରୀରର ଇମ୍ୟୁନ ସିଷ୍ଟମ ମଜଭୁତ ହୋଇଥାଏ । ଯାହାଫଳରେ ଥଣ୍ଡା ଜନିତ ରୋଗରୁ ରକ୍ଷା ପାଇପାରିବେ । ଆୟୁର୍ବେଦରେ କ୍ଷୀରକୁ ଏକ ପୌଷ୍ଟିକ ଏବଂ ରୋଗ ପ୍ରତିରୋଧକ କ୍ଷମତା ବର୍ଦ୍ଧକ ଭାବେ ଗ୍ରହଣ କରାଯାଇଛି । ଏହି କ୍ଷୀରରେ ଯଦି ଆପଣ କିଛି ଜିନିଷ ମିଶାଉଛନ୍ତି ତେବେ ଏହାର ଲାଭ ଦ୍ୱିଗୁଣିତ ହୋଇଥାଏ । ତେବେ ଏଥିରେ କ’ଣ ମିଶାଇ ପିଇପାରିବେ ସେନେଇ ପରାମର୍ଶ ଦେଇଛନ୍ତି ନ୍ୟୁଟ୍ରନିଷ୍ଟ ରାକ୍ଷୀ ଚାଟାର୍ଜୀ ।

ହଳଦୀ: ଏଥିରେ ଥିବା କରକ୍ୟୁମିନ ତତ୍ତ୍ୱ ବ୍ୟାକ୍ଟେରିଆ ବିରୋଧରେ ଲଢିବାରେ ପ୍ରଭାବଶାଳୀ । ରାତିରେ ଗୋଟିଏ ଗ୍ଲାସ କ୍ଷୀରରେ ହଳଦୀ ମିଶାଇ ପିଇଲେ ଗଳା ଖସଖସ୍‌, ଥଣ୍ଡା, ଶରୀର ପୀଡାରୁ ଆରାମ ମିଳେ । ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ ।

ମହୁ: କ୍ଷୀର ଓ ମହୁ ମିଶ୍ରଣ ଗଳାକୁ ଆରାମ ଦିଏ ଓ କାଶ କମାଇଥାଏ । କ୍ଷୀର ସହ ମହୁ ମିଶାଇ ପିଇଲେ ରାତିରେ ଭଲ ନିଦ ହୁଏ । ମହୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶୀତ ଦିନେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଅଦା: ଅଦା ଆମର ପାଚନ ସମସ୍ୟା ଠିକ୍ ରଖେ ଏବଂ ଶରୀରକୁ ଗରମ ରଖିଥାଏ । କ୍ଷୀରରେ ଅଦା ମିଶାଇ ପିଇଲେ ଥଣ୍ଡାକାଶରୁ ଆରାମ ମିଳିପାରେ ।

କେଶର: କେଶର କେବଳ କ୍ଷୀରରେ ସ୍ୱାଦ ଓ ସୁଗନ୍ଧ ଯୋଡେ ନାହିଁ ବରଂ ରକ୍ତ ସଂଚାଳନ ଉନ୍ନତ କରେ । ଶରୀରକୁ ଥଣ୍ଡାରୁ ରକ୍ଷା କରେ । କେଶର ଯୁକ୍ତ କ୍ଷୀର ପିଇଲେ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ ।

ବାଦାମ ପାଉଡର: ବାଦାମରେ ଭିଟାମିନ ଇ ଓ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଏହା ଶରୀରକୁ ଶକ୍ତି ଯୋଗାଏ । ଶୀତଦିନେ କ୍ଷୀରରେ ବାଦାମ ପାଉଡର ମିଶାଇ ପିଇଲେ ମାଂସପେଶୀ ମଜଭୁତ ହୁଏ ଓ ଶରୀରକୁ ଶକ୍ତି ମିଳେ ।

ଡାଲଚିନି: ବ୍ୟାକ୍ଟେରିଆ ଓ ଭାଇରସ ସହ ଲଢିବାରେ ଡାଲଚିନି ବହୁତ ପ୍ରଭାବଶାଳୀ । ଏହାକୁ କ୍ଷୀରରେ ମିଶାଇ ପିଇଲେ ପାଚନ ପ୍ରକ୍ରିୟା ଉନ୍ନତ ହୋଇଥାଏ । ଶରୀର ଗରମ ରହିଥାଏ ।

ଅଶ୍ୱଗନ୍ଧା: ଅଶ୍ୱଗନ୍ଧା ମାନସିକ ଚାପ ହ୍ରାସ କରେ, ନିଦରେ ସୁଧାର ଆଣେ ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ । ଶୀତ ଦିନେ ଏହାକୁ ଖାଇଲେ ଶରୀରକୁ ଥଣ୍ଡା ସହ ଲଢିବାକୁ ଶକ୍ତି ମିଳିଥାଏ । ଗୋଟିଏ ଗ୍ଲାସ କ୍ଷୀର ନିଅନ୍ତୁ ଏବଂ ଉପରେ ପରାମର୍ଶ ଦିଆଯାଇଥିବା ସାମଗ୍ରୀ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟିକୁ ମିଶାଇ ଶୋଇବାର ୩୦ ମିନିଟ୍ ପୂର୍ବରୁ ପିଅନ୍ତୁ ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ