ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହରେ ଦାବି

ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ବିଧାନସଭାରେ ଦାବି। ଗୃହରେ ଦାବି ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବଜାର ଦରଦାମ ଏବଂ ସ୍ୱାସ୍ଥ୍ୟଗତ ଖର୍ଚ୍ଚର ଉଦାହରଣ ଦେଇ ଦରମା ଓ ପେନସନ ବୃଦ୍ଧି ପାଇଁ ଦାବିକଲେ ପ୍ରମିଳା। ବିଜେଡି ବିଧାୟିକାଙ୍କ ଦାବିକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଶାସକ ବିଜେପିର ବିଧାୟକ ଭାସ୍କର ମଢେଇ ମଧ୍ୟ ସମର୍ଥନ କରିଛନ୍ତି।

ଗୃହରେ ଦାବି ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦର୍ଶାଇଛନ୍ତି ଯେ ବିଧାୟକ ମାନଙ୍କ ଦରମା କ୍ଷେତ୍ରରେ ଓଡ଼ିଶା ଦେଶରେ ୨୭ ନମ୍ବର ସ୍ଥାନରେ ଅଛି। ତେଣୁ ନୂଆ କମିଟି ଯଦି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ। ବିଧାୟକ ମାନଙ୍କ ଦରମା ୨ ଲକ୍ଷ ୫୦ ହଜାର ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ୍ ୭୦ ହାଜରକୁ ବୃଦ୍ଧି କରାଯାଉ ବୋଲି ପୂର୍ବରୁ କମିଟି ସୁପାରିଶ କରିଛି। ସେହିଭଳି ବିଧାୟକ ଉନ୍ନୟନ ପାଣ୍ଠିକୁ ୫ କୋଟି କରିବାକୁ ଦାବି କରିଛନ୍ତି ପ୍ରମିଳା। ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ମଧ୍ୟ ଗୃହରେ ସମାନ ପ୍ରସଙ୍ଗ ଉଠାଇଛନ୍ତି। ସେପଟେ ବିଜେପି ବିଧାୟକ ଭାସ୍କର ମଢେଇ ଏହି ଦାବି ଗୁଡ଼ିକୁ ସମର୍ଥନ କରିଛନ୍ତି। ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ କରନ୍ତୁ ବୋଲି କହିଛନ୍ତି ଭାସ୍କର। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏମଏଲଏ ଲାଡ୍ ୫କୋଟିକୁ ବୃଦ୍ଧି କରିବାକୁ ଦାବି ଜଣାଇବା ସହ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ୨୦ ଲକ୍ଷ କରିବାକୁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି। ସେପଟେ ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇବି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ