୩ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାକୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ମିଳୁ । ସେଥିପାଇଁ ଏଠାରେ ଜି-୨୦ ସମ୍ମିଳନୀଠୁ ଆରମ୍ଭ କରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ପୁଲିସ ଡିଜି ସମ୍ମିଳନୀ ଓ ନୌସେନା ଦିବସ ଆଦିର ଆୟୋଜନ କରାଯାଉଛି । ଏହା ଓଡ଼ିଶାକୁ ଦିଆଯାଉଥିବା ପ୍ରାଥମିକତାର ପ୍ରମାଣ । ପୁଲିସ ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ନିର୍ଦ୍ଧାରିତ ସମୟରେ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଜଗନ୍ନାଥ’ କହି ନିଜର ଓଡ଼ିଆ ଭାଷାରେ ଆରମ୍ଭ କରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ମାଟିକୁ ଆସିବାକୁ ଆଜି ସୁଯୋଗ ମିଳିଛି । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଣାମ କରୁଛି । ବିମାନବନ୍ଦରରେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଏଭଳି ଭଲପାଇବା ଦେଇଥିବାରୁ ମୁଁ କୃତଜ୍ଞ । ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଓ ଦେଶରେ ବିଭିନ୍ନ ଉପନିର୍ବାଚନର ପରିଣାମ ସମଗ୍ର ଦେଶର ଲୋକଙ୍କ ମଧ୍ୟରେ କିଭଳି ଏକ ବିଶ୍ୱାସ ସୃଷ୍ଟି କରିଛି ତା’ର ଚମକ,ଖୁସି, ଆଗ୍ରହ ଓ ଉତ୍ସାହ ଏଠି ଉପସ୍ଥିତ ଲୋକଙ୍କ ମଧ୍ୟରେ ଅନୁଭବ କରୁଛି । ଓଡ଼ିଶାରୁ ଏହାର ଆରମ୍ଭ ହୋଇଥିଲା । ହରିଆଣା ଓ ମହାରାଷ୍ଟ୍ରରେ ବି ଦେଖିବାକୁ ମିଳିଲା । ଏହା ହିଁ ବିଜେପିର ବିଶେଷତ୍ୱ ଓ ଆମ ଦଳର କର୍ମୀମାନଙ୍କର ସାମର୍ଥ୍ୟ । ବିରୋଧୀ ଦଳ ସବୁବେଳେ ବିଜେପି ସରକାର ବିରୁଦ୍ଧରେ ଅପପ୍ରଚାର କରୁଛି । କିନ୍ତୁ ଲୋକେ ଆଶୀର୍ବାଦ ଦେଉଛନ୍ତି ।

ସେ କହିଥିଲେ ଯେ, ଦେଶରେ ପ୍ରାୟ ଶହେ ବର୍ଷ ଧରି ପୁଲିସ ଡିଜି ସମ୍ମିଳନୀ ହେଉଛି । କିନ୍ତୁ ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଆୟୋଜିତ ହୋଇଛି । ଆଉ ୪ଦିନ ପରେ ପୁରୀରେ ‘ନୌସେନା ଦିବସ’ ପାଳନ କରାଯିବ । ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଏହି ଆୟୋଜନ ହେବ । ଏହା ଅର୍ଥ ଓଡ଼ିଶା ସମଗ୍ର ବିଶ୍ୱରେ କେନ୍ଦ୍ରବିନ୍ଦୁ ରହିବ । ଆଉ ଜାନୁୟାରୀ ମାସରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ । ଜି-୨୦ରେ ଭିନ୍ନ ପ୍ରକାରର ଲୋକେ ଆସିଥିଲେ । ଏବେ ବିଦେଶରେ ରହୁଥିବା ଆମ ଲୋକେ ଆସିବେ । ପର୍ଯ୍ୟଟନର ସୁଯୋଗ ବଢ଼ିବ । ଓଡ଼ିଶାକୁ ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ଦେବାକୁ ଚାହୁଁଛୁ । ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଶାନଦାର ଢଙ୍ଗରେ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ । ଓଡ଼ିଶାର ପ୍ରତ୍ୟେକ ଲୋକ ଅନୁଭବ କରିବା ଦରକାର ଯେ, ବିଶ୍ୱର ଲୋକମାନେ ତାଙ୍କ ଘରକୁ ଆସୁଛନ୍ତି ଓ ସେଭଳି ପ୍ରସ୍ତୁତି କରିବାକୁ ସେ ଆହ୍ୱାନ କରିଥିଲେ । ଆମେ ସମସ୍ତେ ମିଶି ଓଡ଼ିଶାର ଗୌରବ ବୃଦ୍ଧି କରିବା । ଡବଲ ଇଞ୍ଜିନ ସରକାରର ସୁଫଳ ମିଳିବା ଆରମ୍ଭ ହୋଇଛି । ବିକାଶର ଗତି ଅଦ୍ଭୂତପୂର୍ବ । ରାଜ୍ୟର ବିଜେପି ସରକାର ଏଠାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି ।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ