ଦ୍ୱିତୀୟ ଦିନରେ ପୋଲିସ ଡିଜିଙ୍କ ମେଳି

ବ୍ୟୁରୋ: ପୋଲିସ ଡିଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଘଣ୍ଟା ଘଣ୍ଟା ଧରି ଜାତୀୟ ସୁରକ୍ଷାକୁ ନେଇ ହୋଇଛି ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି।

ପୋଲିସ ଡିଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୮ଟା ୩୦ରୁ ଲୋକସେବା ଭବନରେ ଚାଲିଛି ଆଲୋଚନା । ଦେଶର ସୁରକ୍ଷାକୁ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ନିଜର ରୋଡମ୍ୟାପ ରଖିଛନ୍ତି। କେମିତି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିବ ତା ଉପରେ ଜୋର ଦିଆଯାଇଛି । ଏହାବାଦ୍ ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର, ମାଓ ମୁକାବିଲା, ତଟ ସୁରକ୍ଷା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଛି । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେବା ସହ କିଭଳି ଭାବେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ କରାଯିବ ସେନେଇ ପୋଲିସ ମୁଖିଆଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି। ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟଙ୍କ ସହ ୱାନ୍-ଟୁ-ୱାନ ଆଲୋଚନା କରିଥିବା ସୂଚନା ମିଳିଛି। ୨ ଦିନ ଧରି ଜାତୀୟ ସୁରକ୍ଷାକୁ ନେଇ ରାଜ୍ୟ ରାଜଧାନୀରେ ମାନସ ମନ୍ଥନ ଚାଲିଛି। ଆସନ୍ତାକାଲି ପୋଲିସ ଡିଜି ସମ୍ମିଳନୀର ଅନ୍ତିମ ଦିନ। ଶେଷ ଦିନରେ ବି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏ ଉପସ୍ଥିତ ରହି ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ନିପାତ କରିବାକୁ ଯେଉଁ ବ୍ୟୁହ ରଚାଯିବ ସେଥିରେ ମୋହର ମାରିବେ।

  • Garvita Odia

    Related Posts

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ନୂଆଦିଲ୍ଲୀ: ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ । ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ…

    ୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

    ଭୁବନେଶ୍ୱର : ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି । କିଛି ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ପୂର୍ବାନୁମାନ ହେଲା, ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୯ଟି ଜିଲ୍ଲାରେ ପ୍ରବଳ ବର୍ଷା…

    Leave a Reply

    Your email address will not be published. Required fields are marked *

    You Missed

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ନବ ଦାସଙ୍କ ଲିଙ୍କ୍‌ରେ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ଆଇଟି ରେଡ୍

    ନବ ଦାସଙ୍କ ଲିଙ୍କ୍‌ରେ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ଆଇଟି ରେଡ୍

    ୧୯ଟି ମାଛର ଦାମ ୩୩ ଲକ୍ଷ

    ୧୯ଟି ମାଛର ଦାମ ୩୩ ଲକ୍ଷ

    ୫୩ ଲକ୍ଷ ହଡ଼ପ, ପୂର୍ବତନ ପିଇଓ ଗିରଫ

    ୫୩ ଲକ୍ଷ ହଡ଼ପ, ପୂର୍ବତନ ପିଇଓ ଗିରଫ

    ୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

    ୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

    ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ: ୬୩୯ ମୃତ

    ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ: ୬୩୯  ମୃତ