
ଭୁବନେଶ୍ବର: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ସୋମବାର ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି। ସେ ସାମ୍ୱାଦିକଙ୍କୁ ପ୍ରଶ୍ନ କରିଛନ୍ତି, କୌଣସି ସାଂସଦ ଏଭଳି ଅଶୋଭନୀୟ ଆଚରଣ କରନ୍ତି କି? ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଯେଉଁମାନେ ଏଭଳି କରୁଛନ୍ତି, ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ୍ ଜବାବ ଦିଆଯାଉ। ସୂଚନାଯୋଗ୍ୟ, ଡିସେମ୍ବର ୧୯ରେ ସଂସଦର ପ୍ରବେଶ ଦ୍ବାରରେ ଆମ୍ବେଦକର ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏତିକି ବେଳେ ଠେଲାପେଲା ହୋଇଥିଲା। ରାହୁଲ ଗାନ୍ଧୀ ଠେଲି ଦେବାରୁ ସଂସଦର ମକର ଦ୍ୱାରର ଶିଢ଼ି ପ୍ରତାପ ଷଡଙ୍ଗୀ ଉପରରୁ ତଳକୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।



