ପ୍ରେମିକାର ଅନ୍ତରଙ୍ଗ ଭିଡିଓ କରି ବ୍ଲାକମେଲ କରୁଥିଲା ପ୍ରେମିକ; ଶେଷରେ କ’ଣ ହେଲା ଜାଣନ୍ତୁ….

ବାଙ୍ଗାଲୁରୁ : ପ୍ରେମରେ ଫସାଇ ବ୍ଲାକମେଲ କରି ପ୍ରେମିକାକୁ ପୁଳା ପୁଳା ଟଙ୍କା ମାଗୁଥିଲା ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ବେଙ୍ଗଲୁରୁରେ । ପ୍ରେମିକ ଜଣଙ୍କ ଏକ ଧନୀ ଯୁବତୀଙ୍କୁ ବିବାହ କରିବ କହି ନିଜ ପ୍ରେମରେ ଫସାଇ ଥିଲା । ଏହାପରେ ଯୁବତୀଙ୍କ ଏକ ଉଲଗ୍ନ ଭିଡିଓ କରିଲା । ଏହାପରେ ଯୁବତୀଙ୍କୁ ବ୍ଲାକ ମେଲ କରି ଅଢେଇ କୋଟି ଟଙ୍କା ନେଇ ମହଙ୍ଗା ସୁନା ଅଳଙ୍କାର, ଗାଡି ଏହା ସହ ଏକ ବିଳାଶପୂର୍ଣ୍ଣ ଗାଡି କିଣିଥିଲା । ଏହା ପରେ ମଧ୍ୟ ଯୁବକଙ୍କ ଲୋଭ ସରିନଥିଲା । କିଛି ମାସ ପର୍ଯନ୍ତ ବ୍ଲାକମେଲ କରି ଆସୁଥିଲା । ଏହାପରେ ଯୁବତୀ ଜଣକ ସାହାସ ଜୁଟାଇ ପୋଲିସ ନିକଟରେ ଏକ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏହାସହ ଘଟଣାର ତଦନ୍ତ କରୁଛି । ପୋଲିସ ଅଧିକାରୀ କହିଛନ୍ତି କି ଯୁବତୀଙ୍କ ବୟସ ୨୦ ବର୍ଷ । ସେ ନିଜ ପ୍ରେମିକ ମୋହନ କୁମାର ସହ ବୋଡିଙ୍ଗ ସ୍କୁଲରେ ପଢିବା ସମୟ ଠାରୁ ଜାଣିଥିଲେ । ସେମାନେ ପରସ୍ପରର ଭଲ ବନ୍ଧୁ ଥିଲେ । ସ୍କୁଲରୁ ବାହାରିବା ପରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ବହୁତ ବର୍ଷ ପରେ ସେମାନେ ପରସ୍ପର ଦେଖା ହୋଇଥିଲେ । ଏହାପରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମୋହନ ଯୁବତୀଙ୍କୁ ବିବାହ କରିବ ବୋଲି ପ୍ରତିଶୃତି ଦେଇଥିଲା । ଦୁହେଁ ଏକ ଜାଗାକୁ ବୁଲିବା ପାଇଁ ଯାଇଥିଲେ ।

ଏହି ସମୟର ସୁଯୋଗ ନେଇ ମୋହନ ଯୁବତୀଙ୍କ ଆପତ୍ତିଜନକ ଭିଡିଓ କରିଥିଲା। ସେ ଯୁବତୀଙ୍କୁ ଭରଷା ଦେଇଥିଲା ଯେ ଏହି ଭିଡିଓ କେବଳ ତା ପାଖରେ ରହିବ ବୋଲି । କିଛି ଭିଡିଓ ମୋହନ ଏପରି କରିଥିଲା ଯେପରି ନିଜ ମୁହଁ ନ ଦେଖାଯିବ । କିଛିଦିନ ପରେ ଏହି ଭିଡିଓ ଗୁଡିକୁ ନେଇ ବ୍ଲାକମେଲ କରିବା ଆରମ୍ଭ କରିଦେଲା । ଟଙ୍କା ନ ଦେଲେ ଏହି ସବୁ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା । କଥାରେ ଭୟଭୀତ ହୋଇ ଯୁବତୀ ନିଜ ଜେଜେମାଙ୍କ ଆକାଉଣ୍ଟରୁ ୧.୨୫ କୋଟି ଟଙ୍କା ନେଇ ମୋହନକୁ ଦେଇଥିଲା । ଏହାପରେ ମଧ୍ୟ ଧମକ ଅନୁସାରେ ଯୁବତୀ ଲୁଚି ଲୁଚି ବହୁତ ଟଙ୍କା ଆଣି ମୋହନକୁ ଦେଉଥିଲା । ୧.୩୨ କୋଟି ନଗଦ ଟଙ୍କା ମୋହନକୁ ଦେଇଥିଲା ଯୁବତୀ । କିନ୍ତୁ ମୋହନର ମାଗିବା ବନ୍ଦ ହୋଇନଥିଲା । ମୋହନ ଯୁବତୀଙ୍କୁ ବିଳାସପୁର୍ଣ୍ଣ ଗାଡି, ଦାମୀ ଅଳଙ୍କାର, ଏବଂ ମହଙ୍ଗା ଗାଡି କିଣି ଆମି ଦେବାପାଇଁ ଯୁବତୀଙ୍କୁ କହିଲା । ସେ ବହୁତ ଥର ନିଜ ବାପାଙ୍କ ବାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ବହୁତ ଥର କହିଥିଲା । ଯେତେବେଳେ ଅଭିଯୁକ୍ତ ବାରମ୍ବାର ଯୁବତୀଙ୍କୁ ଟଙ୍କା ମାଗିବା ପାଇଁ ବାଧ୍ୟ କରୁଥିଲା । ସେହି ସମୟରେ ଯୁବତୀ ସାହାସର ସହିତ ପୋଲିସ ଷ୍ଟେସନ ଯାଇ ଏକ ଏତଲା ଦେଇଥିଲେ । ବାଙ୍ଗାଲୁରୁ ପୋଲିସ ଅଫିସର ଦୟାନନ୍ଦ କହିଥିଲେ ଏହା ଏକ ଯୋଜନା ଭିତ୍ତିକ ଅପରାଧ ଅଟେ । ଅଭିଯୁକ୍ତ ଯୁବତୀଙ୍କ ଠାରୁ ୨,୫୭ କୋଟି ଟଙ୍କା ନେଇଥିଲା । ସେଥିମଧ୍ୟରୁ ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ