
ହରିୟାଣା: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍ଏଲ୍ଡି)ର ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।ଓମ୍ ପ୍ରକାଶ ଚୌତାଲା ୧୯୩୫ ମସିହା ଜାନୁଆରି ୧ ତାରିଖରେ ସିର୍ସା ସ୍ଥିତ ଚୌତାଲା ଗ୍ରାମରେ ଜନ୍ମ ହୋଇଥିଲେ। ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓମ୍ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା ବେଳେ ୫ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଓମ୍ପ୍ରକାଶଙ୍କ ପିତା ଥିଲେ ଚୌଧୁରୀ ଦେବୀଲାଲ। ସେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଭାରତର ଉପ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଦେବୀଲାଲଙ୍କ ୫ ସନ୍ତାନ ମଧ୍ୟରୁ ଓମ୍ପ୍ରକାଶ ଚୌତାଲା ସବୁଠୁ ବଡ଼ ଥିଲେ। ଦେବୀଲାଲ ଡେପୁଟି ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ବଡ଼ ପୁଅ ଓମ୍ପ୍ରକାଶ ଚୌତାଲା ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ। ନିଜ ଜୀବନ କାଳ ମଧ୍ୟରେ ସେ ୫ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।




