ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ; ଓଡ଼ିଶାକୁ କେବେ ଆସିବ ଆଳୁ?

ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ। କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ। ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଲେ। ଆସନ୍ତାକାଲିଠୁ ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି। ହୋଲସେଲ୍‌ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ହେଲେ ଓଡ଼ିଶାକୁ କେବେ ଆଳୁ ଆସିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ।

ପଶ୍ଚିମବଙ୍ଗ ସରକାର ରାଜ୍ୟ ବାହାରକୁ ଆଳୁ ଚାଲାଣ ଉପରେ ରୋକ୍‌ ଲଗାଇଥିଲେ। ଏହାର ପ୍ରତିବାଦରେ ଶୀତଳ ଭଣ୍ଡାର ଆଳୁ ବ୍ୟବସାୟୀ ଓ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆଳୁ ବ୍ୟବସାୟୀମାନେ ସୋମବାରଠାରୁ ଆନ୍ଦୋଳନରେ ବସିଥିଲେ। ଯାହାଫଳରେ ରାଜ୍ୟ ଭିତରେ ଆଳୁ ଚାଲାଣ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଖାଉଟି ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସଂଘର ଦାବି, ବର୍ତ୍ତମାନ ମହଜୁଦ୍‌ ଥିବା ଅଢ଼େଇ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ରାଜ୍ୟ ବାହାରକୁ ଚାଲାଣ ନହେଲେ ନଷ୍ଟ ହୋଇଯିବ। ତେଣୁ ଯଥାଶୀଘ୍ର ଆଳୁ ଚାଲାଣ ପାଇଁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ସଂଘ ଦାବି କରିଥିଲା। ଆଜି ଆନ୍ଦୋଳନରେ ବସିଥିବା ଶୀତଳ ଭଣ୍ଡାର ଆଳୁ ବ୍ୟବସାୟୀ ସଂଘ ଓ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ କୃଷୀମନ୍ତ୍ରୀ ସୋଭନ୍‌ଦେବ ଚଟ୍ଟୋପାଧ୍ୟାୟ। ଦୀର୍ଘ ସମୟ ଧରି ଆଲୋଚନା ପରେ ବ୍ୟବସାୟୀଙ୍କ ସର୍ତ୍ତରେ ରାଜି ହୋଇଥିଲେ ମନ୍ତ୍ରୀ। ତେବେ ସବୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଛାଡ଼ିଥିଲେ। ତଥାପି କୃଷୀ ମନ୍ତ୍ରୀଙ୍କ ଗ୍ରୀନ୍‌ ସିଗ୍‌ନାଲ ପରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଓଡ଼ିଶାକୁ ଆଳୁ ଆସିବ ବୋଲି ଆଶା କରାଯାଉଛି। ତେବେ କେବେ ଆଳୁ ଆସିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ