କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ : ରାଷ୍ଟ୍ରପତି

ଭୁବନେଶ୍ୱର: ଗୁରୁବାର ଓୟୁଏଟି ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ କୃଷି ଉପôାଦନରେ ଅନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି । ଆମ ସଂସ୍କୃତି, ପରମ୍ପରା ଓ ଜୀବନ ଜୀବିକାର ଆଧାର ହେଉଛି କୃଷି କାର୍ଯ୍ୟ । ବିଗତ ଦଶନ୍ଧିରେ ଭାରତ କୃଷି ଉପôାଦନର ଅଭୂତପୂର୍ବ ସଫଳତା ପାଇଛି । ଏବେ ଭାରତ ଅନ୍ୟ ଦେଶକୁ କୃଷି ଦ୍ରବ୍ୟ ରପ୍ତାନୀ କରୁଛି । କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ । କୃଷି କାର୍ଯ୍ୟ ପାଇଁ ଦେଶରେ ବ୍ୟାପକ ସୁଯୋଗ ରହିଛି । କୃଷି ଉପôାଦନ ବଜାୟ ରଖିବାକୁ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର ହେଉ । କୃଷିରେ ଡ୍ରୋନ, ରିମୋଟ ସେନସିଂ ସହ ଏଆଇର ଉପଯୋଗ ହେଉ । ସମଗ୍ର ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା । ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ କୃଷି ପାଇଁ ଏକ ବଡ଼ ଆହ୍ୱାନ । ପରିବେଶ ସୁରକ୍ଷା ଓ କୃଷକଙ୍କ ସ୍ୱାସ୍ଥ୍ୟ ରକ୍ଷା ଲାଗି ଯୁବ ବିଜ୍ଞାନୀ କାମ କରିବେ । ପ୍ରାକୃତିକ କୃଷି ଲାଗି କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଉଛନ୍ତି ।କେନ୍ଦ୍ର ସରକାର ଜାତୀୟ ପ୍ରାକୃତିକ କୃଷି ମିଶନ ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ