‘ମୋ ଘର ଦୂଆର ଓ ଅଫିସ୍ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା’

ରାଜନୀତର ଡେବ୍ୟୁ ମ୍ୟାଚରେ ବିରାଟ ବିଜୟ ପରେ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ସେ ଆଜି ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି।

ଏହି ଅବସରରେ ସେ ଏକ ରାଲିକୁ ସମ୍ବୋଧିତ କରି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଲୋକଙ୍କର ସମସ୍ତ ସମସ୍ୟା ଶୁଣିବା ପାଇଁ ସଦା ସର୍ବଦା ଉପଲବ୍ଧ ଅଛନ୍ତି, ତାଙ୍କ ଘର ଦୂଆର ଏବଂ ଅଫିସ୍ ସବୁବେଳେ ସେମାନଙ୍କ ପାଇଁ ଖୋଲା ରହିଛି ବୋଲି କହିଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି, “ମୁଁ ଏଠାରେ ଆପଣମାନଙ୍କ ଠାରୁ ଶିଖିବା ପାଇଁ ଅଛି। ଆପଣମାନଙ୍କ ସମସ୍ୟାକୁ ଗଭୀର ଭାବେ ବୁଝିବି। ସ୍ୱାସ୍ଥ୍ୟ ସେବାଠୁ ନେଇ ଉନ୍ନତ ଶିକ୍ଷା ଆଦି ସମସ୍ତ ସମସ୍ୟା ବାବଦରେ ମୋତେ ଜଣା ଅଛି। ଏବେ ମୁଁ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢିବି, ଆପଣମାନଙ୍କ ସହ କାମ କରିବି ଏବଂ ସବୁକିଛି ଭଲ ଭାବେ ବୁଝିବି।”

ମୁଁ ଆପଣମାନଙ୍କ ଘରକୁ ଆସି ଭେଟିବି। କେବେ ହେଲେ ଆପଣମାନଙ୍କୁ ନିରାଶ କରିବି ନାହିଁ, ମୋ ଘର ଦୂଆର ଏବଂ ଅଫିସ୍ ସବୁବେଳେ ଆପଣମାନଙ୍କ ପାଇଁ ଖୋଲା ରହିଛି ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି।

  • Garvita Odia

    Related Posts

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥରେ ବଡ ଅଘଟଣ । କେଦାରନାଥ ଯାତ୍ରା କରୁଥିବା କିଛି ତୀର୍ଥଯାତ୍ରୀଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟିଠାରେ ପୋଲ୍ ନମ୍ବର ୧୫୩ ନିକଟରେ କିଛି ତୀର୍ଥଯାତ୍ରୀ ପାହାଡ଼ରୁ…

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ

    ନୂଆଦିଲ୍ଲୀ : ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ…

    Leave a Reply

    Your email address will not be published. Required fields are marked *

    You Missed

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ