RAID IN BERHAMPUR ବ୍ରହ୍ମପୁରରେ ଚଢ଼ାଉ, ୪୦୦ କେଜି ଅପମିଶ୍ରିତ ଛେନା ପନିର ନଷ୍ଟ

ବ୍ରହ୍ମପୁର: ଆଗକୁ ପାର୍ବଣ ରହିଥିବା ବେଳେ ଏହାରି ପୂର୍ବରୁ ଗତ ଦୁଇ ଦିନ ଧରି ରାଜ୍ୟବ୍ୟାପୀ ଅପମିଶ୍ରିତ ଛେନା, ପନିର, ଖୁଆ ଓ ରାବିଡ଼ି ପ୍ରସ୍ତୁତ ହେଉଥିବା ଏବଂ ବିକ୍ରି ହେଉଥିବା ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ଚଢାଉ ଜାରି ରଖିଛି । ଏହି କ୍ରମରେ ରାଜ୍ୟର କଟକ ଓ ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ଗତ ଦୁଇ ଦିନ ଧରି ରେଶମ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଯାଞ୍ଚ ଓ ଚଢ଼ାଉ କରିଛି। ଏହି ଚଢାଉ ସମୟରେ ପ୍ରାୟ ୪୦୦ କେଜି ଅପମିଶ୍ରିତ ଛେନା, ପନିର, ଖୁଆ ଓ ରାବିଡ଼ି ନଷ୍ଟ କରାଯାଇଛି ।

ବ୍ରହ୍ମପୁର ମହାନଗର ନିଗମର ଟିମ୍ ସହରର ଆଗା ସାହି, ଖାସପା ସାହି , ସିଟି ହାଇସ୍କୁଲ ରାସ୍ତା ଏବଂ ଏସ୍‌ଏନ୍‌ଟି ରୋଡ୍‌ ଅଞ୍ଚଳରେ ରହିଥିବା ପନିର ପ୍ରସ୍ତୁତକାରୀ ୟୁନିଟ୍, ଲସି ଦୋକାନ ଏବଂ ବିଭିନ୍ନ ହୋଟେଲରେ ଚଢାଉ କରାଯାଇ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ପ୍ରାୟ ୪୦୦ କିଲୋଗ୍ରାମ ଅପମିଶ୍ରିତ ପନିର, ଛେନା, ଖୁଆ, ରାବିଡ଼ି ଏବଂ ଏକ୍ସପାୟରି କ୍ଷୀର ପ୍ୟାକେଟ୍ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ଏହି ଅପମିଶ୍ରିତ ଖାଦ୍ୟକୁ ନଷ୍ଟ କରାଯାଇଛି । ସେହିପରି ସହରର ଏକ ରେସ୍ତୋରାଁରେ ୧୦ କିଲୋଗ୍ରାମ ଅପମିଶ୍ରିତ ପନିର ବ୍ୟବହାର କରି ପ୍ରସ୍ତୁତ ଖାଦ୍ୟ ମିଳିଥିବା ବେଳେ ଉକ୍ତ ଖାଦ୍ୟକୁ ଟିମ୍ ନଷ୍ଟ କରିଛନ୍ତି । ସମ୍ପୃକ୍ତ ହୋଟେଲ ଠାରୁ ୧୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ଖାଦ୍ୟରେ ଅପମିଶ୍ରଣ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବ୍ରହ୍ମପୁରର ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡେଙ୍ଗା କହିଛନ୍ତି ପାର୍ବଣ ସମୟରେ ଛେନା ,ମିଠା ଭଳି ଖାଦ୍ୟର ଚାହିଦା ବଢି ଚାଲିଛି । ସେଥିପାଇଁ ଗତକାଲି ସାତରୁ ଆଠଟି ୟୁନିଟ୍ ଏହା ପ୍ରସ୍ତୁତ ହେଉଥିବା ସ୍ଥାନରେ ଯାଞ୍ଚ କରିଥିଲା । ସେଥିରେ ରହିଥିବା ଦୁଇଟି ୟୁନିଟ୍ ଅପମିଶ୍ରିତ ଖାଦ୍ୟକୁ ନଷ୍ଟ କରିଥିଲା । ଏପରିକି ଉକ୍ତ ସାମଗ୍ରୀ କେଉଁଠି ଆଣୁଛନ୍ତି ତାହାର ମଧ୍ୟ ଅନୁସନ୍ଧାନ କରାଯାଉଥିବା କୁହାଯାଇଛି ।

ଏହାପରେ ସହରରେ ରହିଥିବା ଲସି ଦୋକାନ ଗୁଡିକ ଉପରେ ଚଡାଉ କରାଯାଇଛି । ଯେଉଁମାନେ ଖୁଆ ଓ ରାବିଡି ଆଣୁଛନ୍ତି ସେଗୁଡିକ ଯାଞ୍ଚ କରାଯାଉଛି । ବ୍ରହ୍ମପୁରରେ ବିଭିନ୍ନ ମିଠା, ପନିର, ଖୀର ଓ ଖୁଆ ଦୋକାନରେ ଚଢ଼ାଉ କରାଯାଉଥିବା ବେଳେ ଏହାକୁ ଲୋକ ଦେଖାଣିଆ ଓ ପ୍ରହସନ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କର୍ପୋରେଟର ଅନିଲ ନାୟକ ।ବ୍ରହ୍ମପୁର ସହରରେ ଅନେକ ମାତ୍ରାରେ ନକଲି ସାମଗ୍ରୀ ବିକ୍ରି ହେଉଥିବା ବେଳେ କଟକ ଓ ଭୁବନେଶ୍ୱରରେ ଚଡାଉ ପରେ ଏଠାରେ ତାହାର ଗୋଟିଏ ଦିନ ପରେ ଏଭଳି ଚଢାଉ ହେଉଥିବା କହିଛନ୍ତି ।

  • Related Posts

    Heavy Rain Warning for Odisha ବର୍ଷା : ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

    ଭୁବନେଶ୍ୱର: ଦକ୍ଷିଣ, ଉତ୍ତର, ଉପକୂଳ ସବୁଆଡେ ବର୍ଷିବ। ଅଧାରୁ ଅଧିକ ଜିଲାରେ ବର୍ଷା ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡିରେ ୭ରୁ ୧୧…

    Continue reading
    world athletics continental tour ଆଜି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର ସିଲଭର୍‌ ମିଟ୍‌, ଶୁଭାରମ୍ଭରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର ମିଟ୍ । କେବଳ ଓଡ଼ିଶା ନୁହେଁ, ଭାରତରେ ଏହି ପ୍ରତିଯୋଗିତା ପ୍ରଥମ ଥର ଆୟୋଜିତ ହେଉଛି ।ଓଡ଼ିଶା ସରକାରଙ୍କ କ୍ରୀଡ଼ା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ