
କଟକ: SCB ଅଗ୍ନିକାଣ୍ଡ ଘଟଣାରେ ତନାଘନା। SCB ମେଡିକାଲରେ ପହଞ୍ଚିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ। କେମିତି ନିଆଁ ଲାଗିଲା ଯାଞ୍ଚ କରୁଛି ଫ୍ୟାଣ୍ଟ ଫାଇଣ୍ଡିଂ ଟିମ୍।
କଟକ ଜିଲ୍ଲାପାଳ, ଅଗ୍ନିଶମ ଆଇଜି, ଇଲେକ୍ଟ୍ରିକାଲ୍ ଓ ଜନସ୍ୱାସ୍ଥ୍ୟ ବିଭାଗ ଇଆଇସି ସମେତ ବହୁ ଅଧିକାରୀ ଉପସ୍ଥିତିରେ ଚାଲିଛି କାରଣ ଖୋଜା। ଏହି ଅଗ୍ନକାଣ୍ଡରେ ୧୦ରୁ ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଏହାର ସ୍ଥିତ୍ ସମୀକ୍ଷା କରିବା ପାଇଁ ବିଚାର ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଗତକାଲି ୪ ଅଧିକାରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଟାନ। କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି।



