ଜାନୁଆରି ଶେଷ ସୁଦ୍ଧା ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ‘ସୁଭଦ୍ରା’ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜାନୁଆରି ଶେଷ ସୁଦ୍ଧା ଓଡ଼ିଶାର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଯିବ।
ପୂର୍ବରୁ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ ଏବଂ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଥିଲେ, ଏବେ ଆବେଦନ ଲାଗି ସମୟ ଅଛି। ଏଣୁ ବ୍ୟସ୍ତ ହେବାର କିଛି ନାହିଁ। ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି। ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି, ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ। ତେବେ ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କ ସମ୍ମୁଖରେ ବର୍ତ୍ତମାନ ପ୍ରବଳ ଭିଡ଼ ରହୁଛି। ତେବେ ବ୍ୟାଙ୍କରେ ଅଯଥା ଭିଡ଼ ନକରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଯାହାର ଆଧାର କାର୍ଡ ସହ ରାସନ୍ କାର୍ଡ ମ୍ୟାଚ୍ ନାହିଁ, ସେମାନେ ବ୍ୟାଙ୍କରେ ଆଧାର ଲିଙ୍କ୍ କଲେ, ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଅନ୍ୟପଟେ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ପାଖକୁ ନିଜେ ଯାଇଛନ୍ତି ପ୍ରଭାତୀ ପରିଡ଼ା।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ