ଟଙ୍କଧର କହିଲେ ନବୀନ ଛଦ୍ମବେଶୀ

ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ। ଏହାର ଦୃଢ଼ ଜବାବ ରଖିଛି ବିଜେପି।

ନବୀନ କହିଛନ୍ତି, ବିଜେପି ସରକାର ମିଶନ ଶକ୍ତି ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ଏ ସରକାର କାହିଁକି ସେମାନଙ୍କୁ ଦରମା ଦେଇନି? ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନବୀନଙ୍କ ପ୍ରଶ୍ନର ଦୃଢ଼ ଜବାବ ରଖିଛି ବିଜେପି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ। ଅସତ୍ୟ କହିବାରେ ପରାକାଷ୍ଠା ଦେଖାଇଛନ୍ତି ନବୀନ। ସରକାରରେ ଥିବା ବେଳେ ଯେମିତି ଥିଲେ, ଏବେ ବି ସେମିତି ଅଛନ୍ତି। ମହିଳା ମାନଙ୍କ ସହ ଥିଲୁ ଓ ମହିଳା ମାନଙ୍କ ସହ ଅଛୁ ବୋଲି ନବୀନ ବାବୁ କହୁଛନ୍ତି। ହେଲେ ନବୀନ ବାବୁ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତା ମାନେ ଝିଅ ଥିଲେ କି ନାହିଁ? ସେମାନଙ୍କ ସହ ଥିଲେ କି ନାହିଁ ନବୀନ ବାବୁ?

ଏମବିକେ, ସିଆରପି ମାନଙ୍କ ୮ମାସ ହେଲା ଦରମା ପାଇନାହାନ୍ତି କୁହାଯାଉଛି। ବିଜେପି ସରକାର ୫ ମାସ ହେଲା ସରକାରରେ ଆସିଛି। ତା’ ପୂର୍ବରୁ ୩ ମାସ କିଏ ସରକାରରେ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର। ସେ ଆହୁରି କହିଛନ୍ତି, ଏମବିକେ, ସିଆରପି ମହିଳାମାନଙ୍କ ଚୁକ୍ତି ସରିବା ବେଳେ ବିଜେଡ଼ି ସରକାର ଥିଲା। ଯଦି ନବୀନ ବାବୁ ଏତେ ସମ୍ବେଦନଶୀଳ, ତା’ହେଲେ କାହିଁକି ଚୁକ୍ତି ନବୀକରଣ କରିନଥିଲେ ? କାହିଁକି ମହିଳାମାନଙ୍କୁ ମଝି ଦରିଆରେ ଛାଡ଼ିଦେଲେ ? କାହିଁକି ସେମାନଙ୍କୁ ଆଜି ହାତ ବାରିଶି କରୁଛନ୍ତି ?

ଏମବିକେ, ସିଆରପି ନିଯୁକ୍ତି ବେଳେ ନବୀନ ପଟ୍ଟନାୟକ ମା’ମାନଙ୍କ ପାଇଁ କାମ କରୁଛନ୍ତି ବୋଲି କହି ଦଳୀୟ ପ୍ରଚାରରେ ଲଗାଇଲେ, ହେଲେ ପରେ ତାଙ୍କୁ ପଛ ପଟୁ ଛୁରୀ ମାରିଲେ, ସେମାନଙ୍କ ଚୁକ୍ତି ନବୀକରଣ କଲେ ନାହିଁ। ଆଜି ସେହିମାନଙ୍କୁ ଆଣି ରାଜରାସ୍ତାରେ ବସାଇ ରାଜନୈତିକ ଉଦ୍ଦେଶ୍ୟ ସାଧନ କରୁଛନ୍ତି। ସେମାନଙ୍କୁ ରାଜନୀତିର ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଏହା ହେଉଛି ନବୀନ ବାବୁଙ୍କ ସମ୍ଭେଦନଶୀଳତା? ଏବେ ନବୀନ ବାବୁ ମାଆମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

  • Related Posts

    ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

    ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି…

    କାହିଁକ ମନମୋହନଙ୍କୁ ବାଛିଲେ ମୋଦି

    ଭୁବନେଶ୍ବର: ବିଜେପିର ଲକି ସଭାପତି ହେଉଛନ୍ତି ମନମୋହନ ସାମଲ । ତାଙ୍କ ନେତୃତ୍ୱରେ ଦଳ ତିନି ତିନି ଥର କ୍ଷମତାକୁ ଆସିଛି । ୨୦୦୦, ୨୦୦୪ ଓ ୨୦୨୪ରେ ବିଜେପି ସରକାରକୁ ଆସିଥିବାବେଳେ ମନମୋହନ ହିଁ ସଭାପତି ଥିଲେ । ଗତ…

    Leave a Reply

    Your email address will not be published. Required fields are marked *

    You Missed

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ