ନବୀନ ଶାସନରେ ଏମଓୟୁ ସ୍ୱାକ୍ଷର କରି ପ୍ରକଳ୍ପରୁ ଓହରି ଯାଇଛନ୍ତି ୧୩ ବୃହତ୍ ଶିଳ୍ପ କମ୍ପାନୀ

ନବୀନ ପଟ୍ଟନାୟକ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନକରି ଓହରି ଯାଇଛନ୍ତି ୧୩ଟି ପ୍ରମୁଖ ଶିଳ୍ପ କମ୍ପାନୀ । ଏହି କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଆଜି ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ତଥ୍ୟ ରଖିଛନ୍ତି । ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ୧୩ଟି କମ୍ପାନୀ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଆର୍ସେଲର ମିତ୍ତଲ ଇଣ୍ଡିଆ, ପୋସ୍କୋ, ମହାରାଷ୍ଟ୍ର ସିମଲେସ୍ , ଷ୍ଟେରଲାଇଟ୍ ଇଣ୍ଡଷ୍ଟ୍ରିଜ, ଅନୁଗୁଳ ଏନର୍ଜି(ଭୂଷଣ ଏନର୍ଜି), ଜେଆର ପାୱାରଗ୍ରେନ୍‌, ଟାଟା ପାୱାର କମ୍ପାନୀ, ଆରତୀ ଷ୍ଟିଲ, ସିଇଏସସି ଲିଃ, ଚମ୍ବଲ ଇନଫ୍ରାଷ୍ଟକଚର ଆଣ୍ଡ ଭେଂଚର, କଳିଙ୍ଗ ଏନର୍ଜି ଆଣ୍ଡ ପାୱାର, ବିଜିଆର ଏନର୍ଜି ସିଷ୍ଟମ ଓ ଆରଏସବି ମେଟାଲିକ୍ସ । ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଆର୍ସେଲର ୪୦ହଜାର କୋଟି ଓ ପୋସେକ୍‌ା ୫୧ହଜାର କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲିଖିତ ଉତ୍ତରରେ ଜଣାଇଛନ୍ତି । ଅନ୍ୟପକ୍ଷରେ ଆଜି ଗୃହ ବାହାରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଏବେ କୌଣସି ଶିଳ୍ପ ଓଡ଼ିଶାରୁ ଫେରୁନାହିଁ । ଶିଳ୍ପ କମ୍ପାନୀଗୁଡ଼ିକ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ଆର୍ସେଲର ମିତ୍ତଲ ନିପନ ଷ୍ଟିଲର ସ୍ଥିତି ହେଉଛି ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ଆଜି ସମ୍ପୃକ୍ତ ଅଂଚଳରେ ଜମି କିଣାବିକା ବନ୍ଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ସେଠାରେ ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି । ୧୮ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସରିବ । ସମସ୍ତ ପ୍ରକାରର ଆନୁସଙ୍ଗିକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୂର୍ବ ସରକାର ସମୟରେ ବି ଯେଉଁ ଶିଳ୍ପ ଫେରିଥିଲା ତାକୁ ଆମେ ଓଡ଼ିଶାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ