ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି : ଜୟନାରାୟଣ

ମୁଁ ମୋ ଶତ୍ରୁକୁ ମାରି ଦେବାକୁ କେବେ ଚାହେଁନି। ଶତ୍ରୁ ଦୀର୍ଘାୟୁ ହୁଅନ୍ତୁ। ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି। ମିତ୍ରର ଯେତିକି ଆବଶ୍ୟକତା ଅଛି, ଶତ୍ରୁର ବି ସେତିକି ଆବଶ୍ୟକତା ଅଛି।’ ବିଜେଡି ଉଦ୍ଦେଶ୍ୟରେ ଆଜି ଏହି କଥା କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ବିଜେଡି ନେତାମାନେ ବିଜେପିରେ ଯୋଗ ଦେଉଥିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବରେ ଜୟନାରାୟଣ କହିଥିଲେ, ସେମାନେ (ବିଜେଡି ନେତୃତ୍ୱ) ନିଜ ନେତାଙ୍କୁ ଅଟକାନ୍ତୁ। ସେମାନେ (ବିଜେଡି ନେତାମାନେ) ଦେଖୁଛନ୍ତି ଯେ ବିଜେଡିରେ ଆଉ କିଛି ଭବିଷ୍ୟତ ନାହିଁ। ତେଣୁ ସେମାନେ ଆମ ଦଳକୁ ଆସିବା ସ୍ୱାଭାବିକ କଥା। କଂଗ୍ରେସ ବିରୋଧୀମାନେ ବିଜେପି ପତକା ତଳେ ଏକଜୁଟ ହେଉଛନ୍ତି। କଂଗ୍ରେସ କିମ୍ବା ବିଜେପି ମଧ୍ୟରୁ ଗୋଟିକୁ ବାଛିବାକୁ ପଡ଼ିବ। ତେଣୁ ସେମାନେ ବିଜେପିକୁ ବାଛୁଛନ୍ତି।

ସେ କହିଛନ୍ତି, ଭଗବାନ କରନ୍ତୁ, ସେମାନଙ୍କ ପାଖରେ ଲୋକ ରୁହନ୍ତୁ। ଦଳଟା (ବିଜେଡି) ଭାଙ୍ଗି ଗଲେ ମୋତେ ଖରାପ ଲାଗିବ। ଦଳଟା ଥାଉ। ସେମାନେ ବି ଦୀର୍ଘ ଜୀବୀ ହୁଅନ୍ତୁ। ଆଉ ଅପମାନିତ ହୁଅନ୍ତୁ। ଏହା ମୁଁ ଚାହୁଁଛି। ମୁଁ ମୋ ଶତ୍ରୁକୁ ମାରି ଦେବାକୁ କେବେ ଚାହେଁନି। ଶତ୍ରୁ ଦୀର୍ଘାୟୁ ହୁଅନ୍ତୁ। ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି। ମିତ୍ରର ଯେତିକି ଆବଶ୍ୟକତା ଅଛି ଶତ୍ରୁର ବି ସେତିକି ଆବଶ୍ୟକତା ଅଛି। ଯିଏ ଆସିବାକୁ ଚାହିଁବେ, ସେମାନଙ୍କୁ ସ୍ୱାଗତ କରିବୁ। ବିଜେପି ଚାହୁଁନି ବିଜେଡିକୁ ଶୂନ କରିବାକୁ। ହୁଇସିଲ ଫୁଙ୍କିଲେ ବିଜେଡି ଗୁଣ୍ଡ ହୋଇଯିବ। ଗୋଟିଏ ଲୋକ ରହିବେନି। କେବଳ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଥିବେ। ହୁଏତ ନବୀନ ପଟ୍ଟନାୟକ ବି ପଳେଇ ଆସିପାରନ୍ତି। କିନ୍ତୁ ବିଜେପି ହୁଇସିଲ ଫୁଙ୍କିବନି।

ଅନ୍ୟପକ୍ଷରେ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ବିଜେପି ଆଉ ଲୋକପ୍ରିୟତା ଯୋଗୁ ନିର୍ବାଚନ ଜିତୁନି। ବିଜେପି ଗଫଲାତି କରି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ସେହି ଗଫଲାତିର ଗୋଟିଏ ରୂପ ହେଉଛି ଅନ୍ୟ ଦଳକୁ ବିଭାଜିତ କରିବା। ତାହା ବିଜେପିର ଏଜେଣ୍ଡା। ଯେତେ ସୁବିଧାବାଦୀ ନେତା ବିଜେଡି ଛାଡ଼ିବେ, ଦଳ ସେତିକି ଶକ୍ତିଶାଳୀ ହେବ। ଆଉ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସେତିକି ଶାଣିତ ହେବ। ଯେଉଁ ସୁବିଧାବାଦୀମାନେ ଦଳ ଛାଡ଼ିବାର ସମ୍ଭାବନା ଅଛି, ସେମାନେ ଯେତେଶୀଘ୍ର ଛାଡ଼ିବେ ବିଜେଡି ପାଇଁ ସେତେ ଭଲ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ