
ଢେଙ୍କାନାଳ:ପଦ ହରାଇଲେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ପଡ଼ିଲା ୪୪ଟି ଭୋଟ । ତେବେ ତାଙ୍କ ସପକ୍ଷରେ ୧୭ଟି ଭୋଟ ପଡ଼ିଥିବାବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି । ୨ ବିଧାୟକ, ଢେଙ୍କାନାଳ ସାଂସଦଙ୍କୁ ମିଶାଇ ମୋଟ ୬୨ ଜଣ ଭୋଟ ଦେଇଥିଲେ । ସଦର ବ୍ଲକ ଅଧ୍ୟକ୍ଷା ପଦ ହରାଇଥିବା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।




