ଅନାସ୍ଥାରେ ହାରିଲେ ବ୍ଲକ୍ ଅଧ୍ୟକ୍ଷା, ବିଜେଡିକୁ ଝଟକା

ବିଜେଡିକୁ ବଡ଼ ଝଟ୍‌କା। ବିଜେଡି ହାତରୁ ଗଲା ଆଉ ଗୋଟିଏ ବ୍ଲକ୍‌। ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ୍‌ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଆଜି ହୋଇଥିବା ଅନାସ୍ଥା ଭୋଟ୍‌ରେ ୧୭ ଜଣ ଅଧ୍ୟକ୍ଷାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ୪୪ ଖଣ୍ଡ ଭୋଟ୍‌ ଅନାସ୍ଥା ସପକ୍ଷରେ ପଡ଼ିଥିଲା। ଖଣ୍ଡିଏ ଭୋଟ୍‌ ନାକଚ ହୋଇଥିଲା।
ଢେଙ୍କାନାଳ ସଦର ବ୍ଲକରେ ବିଜେଡି ସମର୍ଥିତ ରାଜଶ୍ରୀ ନାୟକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ତେବେ ସାଧାରଣ ନିର୍ବାଚନରେ ବିଜେଡିର ସୋଚନୀୟ ପରାଜୟ ହୋଇଥିଲା। ଏହା ପରେ ଦଳ ଭୁଶୁଡିବା ଆରମ୍ଭ କରିଥିଲା। ଜଣେ ପରେ ଜଣେ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଶେଷ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ।
ଆଜି ବ୍ଲକ୍‌ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଅନାସ୍ଥା ଭୋଟିଂ ହୋଇଥିଲା। ୨ ବିଧାୟକ, ଢେଙ୍କାନାଳ ସାଂସଦଙ୍କୁ ମିଶାଇ ୬୨ ଜଣ ଅନାସ୍ଥା ଭୋଟ୍‌ରେ ଅଂଶ ଗ୍ରହଣ କରିଥିଲେ। ଅନାସ୍ଥା ସପକ୍ଷରେ ୪୪ ଖଣ୍ଡ ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ୧୭ ଖଣ୍ଡ ଭୋଟ ପଡ଼ିଥିଲା। ଗୋଟିଏ ଭୋଟ୍‌ ନାକଚ ହୋଇଥିଲା। ଏନେଇ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ଲିତୁସ୍ମିତା ମିଶ୍ର।

ଅନାସ୍ଥାରେ ହାରିବା ପରେ ବ୍ଲକ୍‌ ଅଧ୍ୟକ୍ଷା ପଦରୁ ରାଜଶ୍ରୀ ନାୟକ ହଟିଛନ୍ତି। ଏବେ ଉପାଧ୍ୟକ୍ଷ କାଳନ୍ଦୀ ବାରିକ ଅଧ୍ୟକ୍ଷ ଦାୟିତ୍ଵରେ ରହିବେ। ଏହି ଭୋଟ୍‌ ପ୍ରକ୍ରିୟାରେ ଢେଙ୍କାନାଳ ଓ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଧାୟକ ଓ ସାଂସଦଙ୍କ ସହିତ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ। ତେବେ ଆଜିର ଅନାସ୍ଥା ପରେ ରାଜ୍ୟରେ ବିଜେଡି ଗଡ ଭୁଷୁଡୁଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ଶ୍ରୀ ପାତ୍ର କହିଛନ୍ତି, ସାରା ଓଡ଼ିଶାରେ ବିଜେଡି ଭାଙ୍ଗୁଛି। ବିଜେଡି ନେତାଙ୍କ ପ୍ରତି ଲୋକଙ୍କ ବିଶ୍ୱାସ କମିବାରେ ଲାଗିଛି। ଆଗାମୀ ଦିନରେ ବିଜେଡିର ସାଙ୍ଗଠନିକ ସ୍ଥିତି କିଛି ରହିବ ନାହିଁ। ବୟାସାଧିକ କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସଙ୍ଗଠନ ସମ୍ଭାଳି ପାରୁନାହାନ୍ତି। ସେପଟେ ସଙ୍ଗଠନ ସମ୍ଭାଳିବା ପାଇଁ ଦ୍ୱିତୀୟ ପିଢିର ନେତା ଯୋଗ୍ୟ ନାହାନ୍ତି। ସେଥିପାଇଁ ସେ ପାଣ୍ଡିଆନ୍‌କୁ ବ୍ୟବହାର କରିଥିଲେ। ଓଡ଼ିଶାବାସୀ ପାଣ୍ଡିଆନ୍‌କୁ ନାକଚ କରିଦେଇଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।

ଅପର ପକ୍ଷରେ ବିଜେଡି ନେତା ସୁଧିର ସାମଲ କହିଛନ୍ତି, ସରକାର ଯାହାର ଥାଏ ଲୋକେ ତାଙ୍କ ପାଖରେ ରୁହନ୍ତି। ସରକାର ଗଲା ପରେ ଖୁବ୍ କମ୍ ଲୋକ ନେତାଙ୍କ ପାଖରେ ରୁହନ୍ତି। ତେଣୁ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ସୁଧିର କହିଛନ୍ତି।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ