ଅନିଶ୍ଚିତତାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର :ଦଶହରାକୁ ଆଉ ମାତ୍ର ମାସେ ରହିଲା । ହେଲେ ଏଯାବତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଏପରିକି ଚଳିତବର୍ଷର ଶିକ୍ଷା କ୍ୟାଲେଣ୍ଡର ମଧ୍ୟ ପ୍ରକାଶ ପାଉନି । ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଅନିଶ୍ଚିତତାରେ ରହିଛି, ସେପଟେ କ୍ୟାମ୍ପସ ଉଷ୍ମ ହେବାରେ ଲାଗିଛି । ରାଜ୍ୟରେ ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ହେଉନି । ପ୍ରତିବର୍ଷ ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରିବାକୁ ଦାବି କରୁଥିଲେ ହେଁ ପୂର୍ବ ସରକାର କଲେଜରେ ବିଶୃଙ୍ଖଳା ହେଉଥିବା ଦର୍ଶାଇ ଏହାକୁ ବନ୍ଦ କରିଥିଲେ । ହେଲେ ନୂଆ ସରକାର କହିଲେ, ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବରରେ ହୁଏ । ଏବେ ଆଉ ସମୟ ନାହିଁ । ଚଳିତବର୍ଷ ଏନେଇ ପୁରା ପ୍ରସ୍ତୁତି କରାଯାଇ ଆସନ୍ତାବର୍ଷ ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରାଯିବ । ଉଚ୍ଚଶିକ୍ଷା ବିଭାଗ ଚଳିତ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ କରିନି । କିନ୍ତୁ କିଛି କଲେଜ, ବିଶ୍ୱବିଦ୍ୟାଳୟ ନିଜସ୍ୱ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି । ବିଜେବି କଲେଜ ପକ୍ଷରୁ ପ୍ରସ୍ତୁତ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଲ୍ଲେଖ ରହିଛି । କିନ୍ତୁ ତାରିଖ ଉଲ୍ଲେଖ କରାଯାଇନି । କେବଳ ଲେଖାଯାଇଛି, ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହା କରାଯିବ । ଅନ୍ୟପଟେ ବିଭିନ୍ନ ସଂଗଠନ ଘନ ଘନ ବୈଠକ କରୁଛନ୍ତି । ଛାତ୍ରସଂସଦ ନିର୍ବାଚନ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି । ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜେପି ସରକାରକୁ ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନର ପ୍ରତିଶ୍ରୁତି ଦେଇଥିଲା । ପୂର୍ବ ସରକାରଙ୍କୁ ଛାତ୍ର ସଂସଦ ନିର୍ବାଚନ କରାଉନଥିବା ଦୋଷ ଦେଇ ଆସୁଥିବା ବିଜେପି ସରକାରକୁ ଆସିବା ପରେ ମଧ୍ୟ ଗତବର୍ଷ ବିଭିନ୍ନ ଆଳ ଦେଖାଇ ନିର୍ବାଚନ କଲେ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ନିର୍ବାଚନ କରିବେ । କିନ୍ତୁ ଏଯାବତ୍‌ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କଲେ ନାହିଁ । ସରକାର ନିଜେ ଭୟଭୀତ । ତେଣୁ ଏନେଇ କୌଣସି ବିଜ୍ଞପ୍ତି କି ସ୍ପଷ୍ଟତା ଦେଉନାହାନ୍ତି । ଖୁବ୍‌ ଶୀଘ୍ର ସ୍ପଷ୍ଟତା ଦିଅନ୍ତୁ ନଚେତ୍‌ ଆନ୍ଦୋଳନ ଜୋରଦାର ହେବ । ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ଫକୀର ମୋହନ କଲେଜ ଘଟଣା ପରଠୁ ସରକାର ଭୟଭୀତ ଅଛନ୍ତି । ଜାଣିଛନ୍ତି ତାଙ୍କ ଦଳୀୟ ସଂଗଠନର ପତିଆରା କଲେଜ କି ବିଶ୍ୱବିଦ୍ୟାଳୟରେ ନାହିଁ । ହାରିବା ଭୟରେ ନିର୍ବାଚନ କରିବା ନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି । ଅନ୍ୟପଟେ ଆସନ୍ତା କାଲି ଏନେଇ ରାଜ୍ୟପାଳଙ୍କୁ ଭେଟି ଛାତ୍ର କଂଗ୍ରେସ ଦାବିପତ୍ର ଦେବ ବୋଲି ୟାସିର୍‌ ସୂଚନା ଦେଇଛନ୍ତି ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ