ଅଶ୍ଲୀଳତାକୁ ସବୁସ୍ତରରେ ବିରୋଧ ହେଉ:ବାବୁ ସିଂ

ଭୁବନେଶ୍ୱର:ପ୍ରସିଦ୍ଧ ଖଣ୍ଡଗିରି ମେଳାରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ବିରୋଧ କରି ସ୍ଥାନୀୟ ବିଧାୟକ ବାବୁ ସିଂ ଗଢ଼ିଥିବା ଠେଙ୍ଗାବାହିନୀକୁ ନେଇ ଅଡ଼ୁଆ ବଢ଼ିଛି। ଶାସକ ଦଳର ବିଧାୟକ ହୋଇ ଶ୍ରୀ ସିଂ କିଭଳି ଆଇନକୁ କିଭଳି ହାତକୁ ନେବାକୁ ଅନ୍ୟମାନଙ୍କୁ ଉସକାଉଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ବାବୁ ସିଂ ନିଜର ଆଭିମୁଖ୍ୟକୁ କୋହଳ କରିଛନ୍ତି । ଜନପ୍ରତିନିଧି ପଛରେ ଆଗ ମାଟିର ପୁଅ ଓ ସଂସ୍କୃତିକୁ ବଂଚାଇବା ତାଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି କହିବା ସହ ଅଶ୍ଲୀଳତାକୁ ସବୁସ୍ତରରେ ବିରୋଧ ହେଉ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ଭୁବନେଶ୍ୱର-ଏକାମ୍ରର ବିଜେପି ବିଧାୟକ ବାବୁ ସିଂ ସୋମବାର ଖଣ୍ଡଗିରି ପାହାଡ଼ରେ ଥିବା ମା’ ବାରଭୁଜାଙ୍କ ମନ୍ଦିରରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଧରି ଠେଙ୍ଗା ପୂଜା କରିବା ସହ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ କରାଗଲେ ଠେଙ୍ଗାବାହିନୀ ଉଚିତ୍ ଜବାବ ଦେବ ବୋଲି ଚେତାବନୀ ଦେଇଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷକରି ରାଜନୀତିକ ଦଳଗୁଡ଼ିକ ଶ୍ରୀ ସିଂଙ୍କ ଏଭଳି ବୟାନ ଓ ଧମକକୁ ନିନ୍ଦା କରି ଶାସକ ଦଳର ବିଧାୟକଙ୍କର ଆଇନ ଉପରେ କାହିଁକି ଭରସା ନାହିଁ ଓ ଠେଙ୍ଗାବାହିନୀ ମାଧ୍ୟମରେ ସେ କ’ଣ ଗୁଣ୍ଡାରାଜ ଚଳାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଯୁବକଂଗ୍ରେସ ନେତା ୟାସିର ନୱାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ବିଧାୟକ ବାବୁ ସିଂ ଠେଙ୍ଗାବାହିନୀ ଧରି ଅଶ୍ଲୀଳ ନାଚ ବନ୍ଦ କରିବା ଘଟଣାକୁ କଂଗ୍ରେସ ନିନ୍ଦା କରୁଛି । ସମ୍ବିଧାନିକ ପଦପଦବୀରେ ଥାଇ ଆଇନକୁ ହାତକୁ ନେବାକୁ ବିଜେପି ବିଧାୟକ ପଛାଉ ନାହାନ୍ତି । ଯେଉଁ କାମ ପୁଲିସ ଓ ପ୍ରଶାସନ କରିବା କଥା ସେ କାମ ଶାସକ ଦଳର ବିଧାୟକ କରିବାକୁ ଯାଉଛନ୍ତି । ଯଦି ଆମେ ଡିସିପି ଅଫିସରେ ଠେଙ୍ଗା ଧରି ପଶିବୁ ତାକୁ ସରକାର ଗ୍ରହଣ କରିବେକି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ତେଣୁ ନିୟମ ସମସ୍ତଙ୍କ ପାଇଁ ସମାନ । ବାବୁ ସିଂଙ୍କ ଠେଙ୍ଗାବାହିନୀ ଗଠନ ଗ୍ରହଣୀୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

  • Related Posts

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ…

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ଭୁବନେଶ୍ୱର:ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିଉତ୍ତର…

    Leave a Reply

    Your email address will not be published. Required fields are marked *

    You Missed

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ