ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ

ଭୁବନେଶ୍ୱର: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ ଓ ଗଞ୍ଜାମ ଛତ୍ରପୁର ଥାନା ଦେବାଶିଷ ମହାନ୍ତି ନିଲମ୍ୱିତ ହୋଇଛନ୍ତି । ଉଭୟଙ୍କୁ ଡିଜିପି ୱାଇ. ବି ଖୁରାନିଆ ନିଲମ୍ୱନ କରିଛନ୍ତି । ସେମାନଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ଦୁଇ ରେଞ୍ଜ ଆଇଜିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଇନ୍ସପେକ୍ଟର ରାଜେଶ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍‌ ଥାନାର ଏସ୍‌ଆଇ ଥିଲାବେଳେ ଗଞ୍ଜେଇ ବେପାରକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ହୋଇଥିଲା । ଏହା ଭିତରେ ତାଙ୍କର ପଦନ୍ନୋତି ହୋଇଥିଲା । ସେଠାରୁ ବଦଳି ହୋଇ ପୁରୀ ଜିଲ୍ଳା ଅସ୍ତରଙ୍ଗ ଥାନାରେ ଥିଲେ । ତାଙ୍କ ପତ୍ନୀ ଭିଜିଲାନ୍ସରେ ଅଛନ୍ତି । ସେଥିପାଇଁ ସେ ଏକାଧିକ ବାର ଭିଜିଲାନ୍ସ ପଞ୍ଝାରୁ ବର୍ତ୍ତିଯାଇଛନ୍ତି । ଗତ ୧୩ ତାରିଖ ଦିନ ଜୟପୁର ଥାନା ପୁଲିସ୍‌ ଭୁବନେଶ୍ୱର ୟୁନିଟ୍‌-୨ କ୍ୱାର୍ଟର୍ସରୁ ରାଜେଶଙ୍କୁ ଧରି କ୍ୟାପିଟାଲ ଥାନାକୁ ନେଇଥିଲା । ତାଙ୍କ ଠାରୁ ଗଞ୍ଜେଇ ମାଫିଆଙ୍କର ଏକ କାର୍‌ ଜବତ ହୋଇଥିଲା । ୧୪ ତାରିଖ ଦିନ କ୍ୟାପିଟାଲ ଥାନାରୁ ସେ ଚମ୍ପଟ ମାରିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି । କୋରାପୁଟ ଜିଲ୍ଳାରେ ଥିବା ସମୟରେ ଗଞ୍ଜେଇ ବେପାରୀଙ୍କୁ ରାକେଶ ସୁରକ୍ଷା ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୨୦୨୩ ଅଗଷ୍ଟ ୨୧ରେ ଅସ୍ତରଙ୍ଗ ଥାନାରେ ଯୋଗ ଦେଇଥିଲେ। ସେ ୫ ଦିନ ପାଇଁ ଛୁଟି ନେଇ ଭୁବନେଶ୍ୱର ସ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ । ୧୫ ଅଗଷ୍ଟରେ ଯୋଗଦାନ କରିଥାନ୍ତେ । କିନ୍ତୁ ଜୟପୁର ଟାଉନ୍‌ ଥାନା ଏକ ମାମଲାରେ ପଚରାଉଚରା ବେଳେ ସେ କ୍ୟାପିଟାଲ ଥାନାରୁ ଫେରାର ହୋଇଗଲେ । ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡିଛି ।

ସେହିଭଳି ଛତ୍ରପୁର ଥାନା ଇନ୍ସପେକ୍ଟର ଦେବାଶିଷଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିଲା । ଗଞ୍ଜେଇ ବେପାରୀଙ୍କୁ ଥାନାରୁ ଖସାଇ ଦେବା, ଏତଲା ନେଇ ଥାନାକୁ ଯାଇଥିବା ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା, ଗିରଫ ଭୟ ଦେଖାଇ ଧମକ ଚମକ ଦେଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଦାୟ କରିବା ଆଦି ଅଭିଯୋଗ ଥିଲା । ତେଣୁ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ପାଖରେ ଦେବାଶିଷଙ୍କ ବିରୋଧରେ କିଛି ପ୍ରମାଣ ଥିବା ଅନୁମାନ କରାଯାଉଛି ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ