ଆଇଟିଡିଏର ପିଏଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ (ପିଏ) ବିଶ୍ୱଦର୍ଶୀ ସାହୁଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖିଛନ୍ତି । ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ପୁରୁଣା ଭୁବନେଶ୍ୱର ଶ୍ରୀରାମ ନଗରରୁ ୩୬୦୦ ବର୍ଗଫୁଟ୍‌ର ବହୁତଳ କୋଠା, ଲକ୍ଷ୍ମୀସାଗରସ୍ଥିତ ଭଗବାନ୍‌ ଟାୱାର ତୃତୀୟ ମହଲାରେ ୧୫୦୦ ବର୍ଗଫୁଟ୍‌ର ଫ୍ଲାଟ୍‌ ନଂ. ୩୦୪, ୟୁନିଟ୍‌-୩ ଖାରବେଳନଗର ଇଭୋସ୍‌ ଗ୍ୟାଲେକ୍ସିର ଚତୁର୍ଥ ମହଲାରେ ଫ୍ଲାଟ ନଂ.୪୦୨, ବାଲେଶ୍ୱର ଏନ୍‌ଏନ୍‌ ସେନ୍‌ ରୋଡ୍‌ସ୍ଥିତ ସୁକୁମାର ନାୟକ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ନଂ.୩୦୨ ଠାବ ହୋଇଛି । ଇଭୋସ୍‌ ଗ୍ୟାଲେକ୍ସିର ଚତୁର୍ଥ ମହଲାରେ ଫ୍ଲାଟ କିଣିବା ନିମନ୍ତେ ଶ୍ରୀ ସାହୁ ୮୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇଛନ୍ତି ।
ସେହିପରି ଯାଜପୁରରେ ସମ୍ପର୍କୀୟଙ୍କ ଘର, ବଣାଇଁସ୍ଥିତ ସରକାରୀ କ୍ୱାର୍ଟର୍ସ ଓ କାର୍ୟ୍ୟାଳୟରେ ଚଢ଼ଉ କରି ଭିଜିଲାନ୍ସ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଭୁବନେଶ୍ୱର ଓ ପୁରୀରେ ଶ୍ରୀ ସାହୁଙ୍କ ୯ଟି ପ୍ଲଟ୍‌ ଠାବ ହୋଇଛି । ୧୫୦ ଗ୍ରାମ୍‌ ସୁନା, ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା, ଏକ ଦାମୀ କାର୍‌, ୪ ବାଇକ୍‌ ମିଳିଛି । ଗାଡ଼ି ଏବଂ ଗୃହପୋକରଣର ମୂଲ୍ୟ ୨୧ ଲକ୍ଷ ୧୪ ହଜାର ଟଙ୍କା ହେବ । ବ୍ୟାଙ୍କ ଓ ବୀମା ଜମା ବାବଦ ୬୧ ଲକ୍ଷ ୪୨ ହଜାର ଟଙ୍କା ଠାବ ହୋଇଛି । ଶ୍ରୀ ସାହୁଙ୍କ ସ୍ତ୍ରୀଙ୍କ ନାମରେ ଭୁବନେଶ୍ୱର ବାପୁଜୀନଗର ଷ୍ଟେଟ୍‌ ବ୍ୟାଙ୍କରେ ଏକ ଲକର ରହିଛି । ଶ୍ରୀ ସାହୁ କହିଛନ୍ତି, ପରିବାରର ଅନେକ ସଦସ୍ୟ ଚାକିରିଆ । ବ୍ୟବସାୟ ମଧ୍ୟ କରୁଛନ୍ତି ।

  • Related Posts

    ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

    ୧୦/୦୪/୨୦୨୬,ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା…

    Continue reading
    ରାଜଧାନୀର ୩ଟି ମନ୍ଦିରରୁ ହୋଇଛି ସିରିଜ ଲୁଟ୍

    ଭୁବନେଶ୍ୱର: ମନ୍ଦିରରୁ ସୁନା ମୂର୍ତ୍ତି ନେଇଗଲେ ଡକାୟତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । କୌଣସି ଉପାନ୍ତ ଗାଁ ନୁହେଁ ରାଜଧାନୀ ଛାତି ଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏ କି ଦୁଇଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ