ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ: ଦେବାଶିଷ

କଟକ: ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ। ଯିଏ ଯିବାର ଥିଲା ସେମାନେ ଗଲେଣି, ଯେଉଁମାନେ ଅଛୁ ଆଉ କେହି ଯିବୁ ନାହୁଁ ବୋଲି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଛନ୍ତି। ଦୁଇ ଜଣ ରାଜ୍ୟ ସଭା ସଦସ୍ୟ ବିଜେଡି ଛାଡ଼ିବାକୁ ନେଇ ଦେବାଶିଷ ଏଭଳି ପ୍ରତିକ୍ରିୟା ରଖିଛନ୍ତି। କଟକ ରାଜାବଗିଚାସ୍ଥିତ କାର୍ୟ୍ୟାଳୟଠାରେ ରବିବାର ଦେବାଶିଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଓ ସୁଜିତ୍‌ କୁମାର କାହିଁକି ବିଜେଡି ଛାଡ଼ିଲେ ତାହା ସେମାନଙ୍କ ବ୍ୟକ୍ତିଗତ କାରଣ। ଏଥିରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ। କିନ୍ତୁ ବିଜେଡି ସେମାନଙ୍କୁ କେଉଁ ପରିସ୍ଥିତିରେ ରାଜ୍ୟ ସଭା ପଠାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମହାନତାକୁ ସେମାନେ କଦାପି ଭୁଲିବା ଉଚିତ୍‌ ନୁହେଁ ବୋଲି ଦେବାଶିଷ କହିଛନ୍ତି।
ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଓ ସସ୍ମିତ୍‌ ପାତ୍ର ଦଳବଦଳ କରିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଦେବାଶିଷ କହିଛନ୍ତି, ବିଜେଡି ଏହି ଦୁଇ ନେତାଙ୍କୁ ଯେଉଁ ସ୍ଥାନ ଦେଇଛି ତାହା ଅନ୍ୟ କେଉଁ ଦଳ ଦେଇପାରିବ ନାହିଁ। ସେମାନଙ୍କ ନାଁ ନେଇ ବହୁ ଚର୍ଚ୍ଚା ହେଉଛି। କିନ୍ତୁ ସେଥିରେ ସତ୍ୟତା ନାହିଁ। ରାଜ୍ୟ ସଭାରେ ଭାଜପାର ସଂଖ୍ୟା ଯାହା ରହିବା ଆବଶ୍ୟକ ତାହା ନ ଥିବାରୁ ସେହି ଦଳ ଏଭଳି ଏକ ଚକ୍ରାନ୍ତ ରଚିଛି। ହେଲେ ଭାଜପା ଏଥିରେ ସଫଳ ହେବ ନାହିଁ। ନବୀନ ପଟ୍ଟନାୟକଙ୍କୁ ଆମେ କେବେ ଛାଡ଼ି କି ଯିବୁ ନାହିଁ ବୋଲି ଦେବାଶିଷ ସ୍ପଷ୍ଟ କରିଛନ୍ତି। ସେହିପରି ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ନୋଟିସ ସମ୍ପର୍କରେ ଦେବାଶିଷ କହିଛନ୍ତି, ଅନେକ ଆଇଏଏସ୍‌ ଅଧିକାରୀ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଏବେ ଯାହା ପାଳି ପଡ଼ିଛି ସେ ତଦନ୍ତର ସମ୍ମୁଖୀନ ହେବା ଆବଶ୍ୟକ। କେଉଁ ଦଳ ଶାସନ କରୁଛି ତାହା ଏହି ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ସେ ତାଙ୍କ ଦୁର୍ନୀତି ଜାରି ରଖିଥାନ୍ତି। ଯିଏ ନିଜ କ୍ଷମତା ବଳରେ ବଳିଆନ୍‌ ହୋଇ ଦୁର୍ନୀତି କରିବେ ସେ ଦଣ୍ଡ ପାଇବା ଉଚିତ୍‌ ବୋଲି ସାମନ୍ତରାୟ କହିଛନ୍ତି।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ