
ଭୁବନେଶ୍ୱର: ଆଜି ନୁହେଁ, ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୁରୁବାର ସନ୍ଧ୍ୟାରେ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ସେଥିରେ କିନ୍ତୁ ପରିବର୍ତ୍ତନ ହୋଇଛି । ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବା ପରେ ସିଧା କଟକ ଯାଇ କାର୍ଯ୍ୟକ୍ରମରେ ଯୋଗଦେବେ ।
କଟକ ମୁଣ୍ଡୁଳିସ୍ଥିତ ସିଆଇଏସଏଫ୍ର ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଅପରାହ୍ନରେ ଜଟଣୀଠାରେ ଜାତୀୟ ଫୋରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସ୍ୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ ବିଜ୍ଞାନ ପରୀକ୍ଷାଗାର (ଏନଏଫଏସ୍ୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ)ର ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସି ମାଧ୍ୟମରେ ଏନଏଫଏସ୍ୟୁ ଟ୍ରାନ୍ଜିଟ କ୍ୟାମ୍ପସ, ଭୁବନେଶ୍ୱରର ଉଦ୍ଘାଟନ କରିବେ। ଏହାପରେ ଶାହା ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସମବାୟ ଏବଂ ଅନ୍ୟ ବିଭାଗର ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବା କାର୍ୟ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ସିଆଇଏସଏଫ୍ର ପ୍ରତିଷ୍ଠା ଦିବସରେ ଯୋଗଦାନକୁ ଦୃଷ୍ଟିରେ ରଖି ଗୋଡ଼ିସାହିରୁ ମୁଣ୍ଡୁଳି ରାସ୍ତାର ବ୍ଲାକ ଟପିଂ ସହିତ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ସୌନ୍ଦର୍ୟ୍ୟକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଆଭାସି ମାଧ୍ୟମରେ କଟକ ଜିଲାପାଳ ଯୋଗଦେଇଥିଲେ।



