ଆଜି ସଂସଦରେ ଅପରେସନ ସିନ୍ଦୁର ଉପରେ ବିତର୍କ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆଜିଠାରୁ ଆରମ୍ଭ ହେବ। ପ୍ରଥମ ସପ୍ତାହ ହଟ୍ଟଗୋଳରେ ପରିପୂର୍ଣ୍ଣ ଥିଲା। ସୋମବାର ଲୋକସଭାରେ ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ଉପରେ ବିତର୍କ ହେବାର ସମ୍ଭାବନା ଅଛି। ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି ସହ ଜଡ଼ିତ ଦୁଇଟି ପ୍ରସଙ୍ଗରେ ଶାସକ ଏବଂ ବିରୋଧୀ ଗୃହରେ ମୁହାଁମୁହିଁ ହେବେ।ଲୋକସଭା ଏବଂ ରାଜ୍ୟସଭାରେ ବିତର୍କ ସମୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ ବିରୋଧୀ ଦଳଗୁଡ଼ିକ ସେମାନଙ୍କର ଶୀର୍ଷ ନେତାମାନଙ୍କୁ ବିତର୍କରେ ସାମିଲ କରିବେ ବୋଲି ଆଶା କରାଯାଉଛି।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ପ୍ରସଙ୍ଗଗୁଡ଼ିକ ଉପରେ ବକ୍ତବ୍ୟ ରଖିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସୁରକ୍ଷା ଉପରେ ତାଙ୍କ ସରକାରଙ୍କ “ଦୃଢ଼” ଦୃଷ୍ଟିକୋଣର ଟ୍ରାକ୍ ରେକର୍ଡ ଉପସ୍ଜଥାପନ କରିବା ତଥା ତାଙ୍କର ମତାମତ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି।ଅନ୍ୟ ପକ୍ଷରେ ଉଭୟ ଗୃହର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖାର୍ଗେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ ନେତାଙ୍କ ସହିତ, ସରକାରଙ୍କ ବିରୁଦ୍ଧରେ ଏକ ମୋର୍ଚ୍ଚା ଖୋଲିପାରନ୍ତି।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଜୁଲାଇ 25 ତାରିଖରେ କହିଥିଲେ ଯେ, ହୋହଲ୍ଲା ଯୋଗୁଁ ଅଧିବେଶନର ପ୍ରଥମ ସପ୍ତାହ ବାଧାପ୍ରାପ୍ତ ହୋଇଥିଲା ଏବଂ ବିରୋଧୀ ସୋମବାର ଲୋକସଭାରେ ଏବଂ ତା’ପରେ ମଙ୍ଗଳବାର ରାଜ୍ୟସଭାରେ ଉଭୟ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଶାସକ ଦଳ ଏବଂ ବିରୋଧୀ ଉଭୟ ଗୃହରେ 16 ଘଣ୍ଟାର ମାରାଥନ ବିତର୍କ ପାଇଁ ରାଜି ହୋଇଛନ୍ତି, ଯାହାକୁ ଆହୁରି ବୃଦ୍ଧି ମଧ୍ୟ କରାଯାଇପାରେ।

ଅପରେସନ ସିନ୍ଦୂର ପରେ ଭାରତର ପକ୍ଷ ଉପସ୍ଥାପନ କରିବା ପାଇଁ 30ରୁ ଅଧିକ ଦେଶ ଗସ୍ତ କରିଥିବା ସାତଟି ବହୁଦଳୀୟ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କୁ

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ