ଆଜି ହିନ୍ଦୁ ନବବର୍ଷ

ଭୁବନେଶ୍ଵର : ଆଜି ହିନ୍ଦୁ ନବବର୍ଷ। ନୂତନ ବିକ୍ରମ ସମ୍ୱତ ୨୦୮୩ ର ଆରମ୍ଭ। ଚୈତ୍ର ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ। ଏହି ପବିତ୍ର ଦିନରୁ ନଅ ଦିନ ବ୍ୟାପୀ ଚୈତ୍ର ନବରାତ୍ରି ମହୋତ୍ସବର ଆରମ୍ଭ ହୁଏ। ପୌରାଣିକ ବିଶ୍ୱାସ ଅନୁସାରେ, ଭଗବାନ ବ୍ରହ୍ମା ଏହି ଦିନ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ କରିଥିଲେ ବୋଲି କୁହାଯାଏ। ଭଗବାନ ରାମଙ୍କ ରାଜ୍ୟାଭିଷେକ ଉତ୍ସବ ମଧ୍ୟ ଏହି ଦିନରେ ହୋଇଥିଲା ବୋଲି ବିଶ୍ଵାସ କରାଯାଏ। ହିନ୍ଦୁ ନବବର୍ଷ କ୍ୟାଲେଣ୍ଡର ଉଜ୍ଜୟିନୀ ନଗରୀରୁ ଆରମ୍ଭ ହୋଇଥିଲା। ଏହି କ୍ୟାଲେଣ୍ଡରକୁ ବିକ୍ରମ ସମ୍ବତ୍ କିମ୍ବା ପଞ୍ଚାଙ୍ଗ ମଧ୍ୟ କୁହାଯାଏ। ଉଜ୍ଜୟିନୀର ସମ୍ରାଟ ବିକ୍ରମାଦିତ୍ୟ ବିକ୍ରମ ସମ୍ବତ୍ (ବର୍ଷ) ଆରମ୍ଭ କରିଥିଲେ। ସେବେଠାରୁ ଏହି କ୍ୟାଲେଣ୍ଡର ଅନୁସାରେ ହିନ୍ଦୁ ନବବର୍ଷ ପାଳନ କରାଯାଉଛି।
ବିଶ୍ଵାସ ରହିଛି, ଚୈତ୍ର ମାସର ପ୍ରଥମ ଦିନରେ ବ୍ରହ୍ମା ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ତେଣୁ ଗୁଡ଼ି ପାଡ଼ୱାରେ ନୂତନ ବର୍ଷ ପାଳନ କରାଯାଏ। ଏହି ଅନୁସାରେ ବ୍ରହ୍ମାଣ୍ଡର ସୃଷ୍ଟି ପ୍ରାୟ ୧ ଅରବ ୯୬ କୋଟି ୫୮ ଲକ୍ଷ ୮୧ ହଜାର ୧୨୬ ବର୍ଷ ପୂର୍ବେ ହୋଇଥିବା ବିଶ୍ୱାସ କରାଯାଏ। ଭାରତୀୟ କ୍ୟାଲେଣ୍ଡର ପାଇଁ ବିକ୍ରମ ସମ୍ବତ୍ ସବୁଠାରୁ ସଠିକ୍ ଏବଂ ପ୍ରାମାଣିକ କ୍ୟାଲେଣ୍ଡର। ବିବାହ, ପର୍ବପର୍ବାଣୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏହି କ୍ୟାଲେଣ୍ଡର ଦ୍ୱାରା ନିର୍ଣ୍ଣୟ କରାଯାଏ। ବିକ୍ରମ ସମ୍ବତ୍ ହେଉଛି ସବୁଠାରୁ ପୁରୁଣା କ୍ୟାଲେଣ୍ଡର। ଏହା ପରେ ହିଜରୀ ଏବଂ ଖ୍ରୀଷ୍ଟିଆନ ଆଦି କ୍ୟାଲେଣ୍ଡର ହୋଇଛି। ସାରା ଦୁନିଆରେ ୬୦ରୁ ଅଧିକ କ୍ୟାଲେଣ୍ଡର ପ୍ରଚଳିତ। ହେଲେ ବିକ୍ରମ ସମ୍ଵତ ସବୁଠୁ ଅଧିକ ପ୍ରଚଳିତ। ନେପାଳ, ମରିସସ୍, ସୁରିନାମ୍ ଏବଂ ୟୁକ୍ରେନ ଭଳି ଦେଶରେ ବିକ୍ରମ ସମ୍ବତ୍ ଅନୁସରଣ କରାଯାଏ। ନେପାଳରେ ସମ୍ପୂର୍ଣ୍ଣ ଭାବେ ବିକ୍ରମ ସମ୍ବତ୍ ଅନୁସରଣ କରାଯାଏ।

ପ୍ରତ୍ନତତ୍ତ୍ୱବିତ୍ ରମଣ ସୋଲାଙ୍କି କହିଛନ୍ତି ଯେ, ନବ ସମ୍ବତ୍ ଅର୍ଥ “ନୂତନ ବର୍ଷ”। “ସମ୍ବତ୍” ଅର୍ଥ “ବର୍ଷ”। ସମୟ ଗଣନା କରିବା ପାଇଁ ଭାରତ ଏବେ ଇଂରାଜୀ କ୍ୟାଲେଣ୍ଡର ବ୍ୟବହାର କରୁଛି। ବିକ୍ରମ ସମ୍ବତ୍ ଇଂରାଜୀ କ୍ୟାଲେଣ୍ଡରଠାରୁ ୫୮ ବର୍ଷ ଆଗୁଆ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏବେ ୨୦୨୬ ବର୍ଷ ଚାଲୁଛି। ହେଲେ ବିକ୍ରମ ସମ୍ଵତ ଅନୁସାରେ ଆଜିଠୁ ୨୦୮୩ ବର୍ଷ ଆରମ୍ଭ ହେବ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ