ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଆଜି ସମସ୍ତ ଅନଲାଇନ୍ ଟ୍ୟାକ୍ସି ସଂସ୍ଥାକୁ ବିରୋଧ କରି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚ । ରାଜ୍ୟରେ ଓଲା, ଉବର, ରାପିଡୋ, ଓଡ଼ିଶା ଯାତ୍ରୀ ସମେତ ଅନ୍ୟାନ୍ୟ ଅନଲାଇନ୍ କମ୍ପାନୀ ଉପରେ ସରକାରୀ ନିୟନ୍ତ୍ରଣ ଲଗାଯାଉ ବୋଲି ସଂଘ ଦାବି କରିଛି । ୨୧ଟି ସଂଗଠନ ସମର୍ଥନରେ ଏହି ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଜିଲ୍ଲା ସମେତ କଟକ ଭୁବନେଶ୍ୱରରେ ବନ୍ଦ ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି । ସଂଘ କହିଛି, ସରକାର ସର୍ବନିମ୍ନ ଏବଂ ସର୍ବାଧିକ ଭଡ଼ା ନିର୍ଦ୍ଧାରଣ କରନ୍ତୁ । ଅର୍ଥାତ ସରକାର ଓ ଅନଲାଇନ ଟ୍ୟାକ୍ସି କମ୍ପାନି ମିଳିତ ଭାବେ ଏକ ନିଦ୍ଧି ର୍ଷ୍ଟ ସୀମା ଭିତରେ ଭଡ଼ା ନିର୍ଦ୍ଧାରଣ କରନ୍ତୁ । ଯାହାଠାରୁ କୌଣସି କମ୍ପାନି କମ୍ କିମ୍ବା ବେଶୀ ଟଙ୍କା ନେଇପାରିବେ ନାହିଁ । ଗ୍ରାହକଙ୍କୁ ଯଦି କୌଣସି ଅଫର କିମ୍ବା ରିହାତି ଦେବାର ଅଛି, ତେବେ କମ୍ପାନି ନିଜେ ସେହି ଟଙ୍କା ଦିଅନ୍ତୁ । ଅନଲାଇନ୍ ଡ୍ରାଇଭରଙ୍କଠାରୁ ନୁହେଁ । ୨-୩ କିଲାମିଟର ଦୂରତା ଯିବା ପରେ ଗ୍ରାହକ ରାଇଡ୍ କ୍ୟାନ୍ସଲ କଲେ, କମ୍ପାନି ଗ୍ରାହକଙ୍କ ଠାରୁ କ୍ୟାସ୍ କଲେକ୍ସନ୍ ଫି ଆଦାୟ କରେ । କିନ୍ତୁ ସେହି କ୍ୟାନ୍ସଲେସନ ଫି’ ଅନଲାଇନ୍ ଡ୍ରାଇଭରଙ୍କୁ ଦିଆଯାଏ ନାହିଁ ।
ଏମିତିରେ ଡ୍ରାଇଭରଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ତେଲ ଖର୍ଚ୍ଚ ମଧ୍ୟ ହୋଇଥାଏ । ତେଣୁ ଏହି କ୍ୟାନ୍ସଲେସନ୍ ଫି’ର ପୂରା ଟଙ୍କା ଡ୍ରାଇଭରଙ୍କୁ ମିଳିବା ଦରକାର ବୋଲି ସଂଘର ଦାବି । କମ୍ପାନି ଦ୍ୱାରା ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ସାମିଲ କରାଯାଉଥୁବାରୁ ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତୁଳନ ବିଗିଡ଼ିଯାଇଛି । ଅତ୍ୟଧିକ ଯୋଗାଣ ଯୋଗୁ ପୂର୍ବରୁ ଥିବା ଡ୍ରାଇଭରମାନଙ୍କ ଆୟ ଗୁରୁତର ଭାବେ ପ୍ରଭାବିତ ହେଉଛି । ତେଣୁ ନୂଆ ଗାଡ଼ି ସାମିଲ କରିବା ଉପରେ ତୁରନ୍ତ ରୋକ୍ ଲଗାଯାଉ । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଟାର୍ଗେଟ୍ ରଖି ଗାଡ଼ି ସାମିଲ କରାଯାଉ ବୋଲି ସଂଘ ଦାବି କରିଛି।

  • Related Posts

    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading
    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ