ଆଜିଠାରୁ ଏସିଆ କପ୍‌ ପୁରୁ​‌ଷ ହକି ଚମ୍ପିଆନସିପ୍‌ ଆରମ୍ଭ

ନୂଆଦିଲ୍ଲୀ,29।08: ବିହାରର ରାଜଗିରିରେ ଚଳିତ ଆଜିଠାରୁ ଏସିଆ କପ୍‌ ହକି ଚମ୍ପିଆନସିପ୍‌-୨୦୨୫ ଖେଳାଯିବ। ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ହେବାକୁଥିବା ଏହି ହକି ଚମ୍ପିଆନସିପ୍‌ରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଲ-ଏ ରେ ଭାରତ ସମେତ ଜାପାନ, ଚୀନ ଓ କାଜାଖସ୍ତାନ ରହିଥିବାବେଳେ ପୁଲ-ବି ରେ ବାଂଲାଦେଶ, ଚାଇନିଜ ତାଇପେଇ, ମାଲେସିଆ ଓ ଦକ୍ଷିଣ କୋରିଆ ରହିଛନ୍ତି। ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ୪ଟି ମ୍ୟାଚ ଖେଳାଯିବ। ଗ୍ରୁପ-ଏରେ ଜାପାନ-କାଜାଖସ୍ତାନକୁ ଓ ଭାରତ-ଚୀନ୍‌କୁ ଓ ଗ୍ରୁପ-ବିରେ ମାଲେସିଆ-ବାଂଲାଦେଶକୁ ଓ ଦକ୍ଷିଣ କୋରିଆ- ଚାଇନିଜ ତାଇପେକୁ ଭେଟିବ। ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି ଯିବା ପରେ ଉକ୍ତ ଦୁଇ ଦଳ ବଦଳରେ ବାଂଲାଦେଶ ଓ କାଜାଖସ୍ତାନ ସାମିଲ ହୋଇଛନ୍ତି। ଦୁଇ ଗ୍ରୁପର ଶ୍ରେଷ୍ଠ ୪ ଦଳ ସୁପର-୪କୁ ଉନ୍ନୀତ ହେବେ।
ସୁପର-୪ ପର୍ଯ୍ୟାୟ ସେପ୍ଟେମ୍ବର ୩ରୁ ୬ ପର୍ଯ୍ୟନ୍ତ ଖେଳାଯିବ। ସୁପର-୪ର ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ସେପ୍ଟେମ୍ବର ୭ରେ ଖେଳାଯିବ। ଅଭିଜ୍ଞ ଡ୍ରାଗ୍‌ ଫ୍ଳିକର ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତ ଉକ୍ତ ପ୍ରତିଯୋଗିତା ଖେଳିବ। ପ୍ରତିଯୋଗିତାର ଚମ୍ପିଆନ ଦଳ ସିଧାସଳଖ ବେଲଜିୟମ ଓ ନେଦରଲାଣ୍ଡରେ ଆୟୋଜିତ ହେବାକୁ ଥିବା ୨୦୨୬ ଏଫ୍‌ଆଇଏଚ ପୁରୁଷ ହକି ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଭାରତୀୟ ଦଳ ନିକଟରେ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ନେଇ ବଡ଼ ସୁଯୋଗ ରହିଛି। ଦଳରେ ସିନିୟର ଖେଳାଳି ଭାବେ ଗୋଲରକ୍ଷକ କ୍ରିଷ୍ଣନ ବାହାଦୂର ପାଠକ ଓ ସୂରଜ କେରେକେରାଙ୍କ ସହ ମିଡଫିଲଡର ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରାଜେନ୍ଦର ସିଂହ, ରାଜକୁମାର ପାଲ, ହାର୍ଦିକ ସିଂହ, ଫରୱାର୍ଡ ମନଦୀପ ସିଂହ, ଅଭିଷେକ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା, ଓ ଦିଲପ୍ରୀତ ସିଂହ, ଡିଫେଣ୍ଡର ବିଭାଗରେ ଅମିତ ରୋହିଦ‌ାସଙ୍କ ଭଳି ଖେଳାଳି ରହିଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିଛନ୍ତି ଯେ, ଏସିଆ କପରୁ ଆମକୁ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଆମେ ଦଳ ପ୍ରସ୍ତୁତି କରିଛୁ। ପ୍ରତିଯୋଗିତାରୁ ପାକିସ୍ତାନ ଓହରି ଯିବା ପରେ ଦକ୍ଷିଣ କୋରିଆ, ଜାପାନ ଭାରତର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବୋଲି ଫୁଲଟନ କହିଛନ୍ତି। ପ୍ରତିଯୋଗିତାରେ ଭାରତ ୩ଥର ୨୦୦୩, ୨୦୦୭ ଓ ୨୦୧୭ରେ ଚମ୍ପିଆନ ହୋଇଛି। ଦଳ ୨୦୨୨ ଶେଷ ସଂସ୍କରଣରେ ୩ୟ ସ୍ଥାନ ହାସଲ କରିଥିଲା।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ