ଆଜିଠାରୁ ପ୍ରଥମ ପର୍ୟ୍ୟାୟ ଜନଗଣନା

ନୂଆଦିଲ୍ଲୀ: ଆଜିଠୁ ଦେଶବ୍ୟାପୀ ପ୍ରଥମ ପର୍ୟ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ପର୍ୟ୍ୟାୟରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ଗଣନା କାର୍ୟ୍ୟ ସମ୍ପକରାଯିବ। ୨୦୨୭ ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହେଉଥିବାବେଳେ ଜନସଂଖ୍ୟା ଗଣତି କରାଯିବ ବୋଲି ଜଣାପଡିଛି। ପ୍ରଥମ ପର୍ୟ୍ୟାୟରେ ପ୍ରତ୍ୟେକ ବାସଗୃହର ବିସ୍ତୃତ ବିବରଣୀ ସଂଗ୍ରହ କରାଯିବ। ଘର ତିଆରିରେ କେଉଁ ପ୍ରକାର ସାମଗ୍ରୀ ଏବଂ କାହିଁକି ବ୍ୟବହାର କରାଯାଇଛି, କେତେ ଲୋକ ଉକ୍ତ ଘରେ ବାସ କରୁଛନ୍ତି, ଘରର ମାଲିକ କିଏ, ବାସଗୃହରେ କେତେ ପ୍ରକୋଷ୍ଠ ରହିଛି, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ବିଦ୍ୟୁତ୍‌ ସଂଯୋଗ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରାଯିବ। ପୁନଶ୍ଚ ଉକ୍ତ ଘରେ ରହୁଥିବା ଲୋକେ କେଉଁ ବ୍ରାଣ୍ଡ୍‌ର ରେଡିଓ, ଟିଭି, ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସେହି ସୂଚନା ମଧ୍ୟ ସଂଗ୍ରହ କରାଯିବ। ଏହି ଅଭିଯାନରେ ପ୍ରାୟ ୩୦ ଲକ୍ଷ ଜନଗଣନା କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସେମାନେ ନିଜର ଆଇଫୋନ୍‌/ଆଣ୍ଡ୍ରଏଡ୍‌ ମୋବାଇଲରେ ଲୋଡ୍‌ ହୋଇଥିବା ଆପ୍‌ ଜରିଆରେ ଲୋକଙ୍କୁ ୩୩ଟି ପ୍ରଶ୍ନ ପଚାରିବେ ବୋଲି ଜନଗଣନା କମିସନର ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି। ସମସ୍ତ ତଥ୍ୟକୁ ଗୋପନ ରଖାଯିବ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ