ଆଜିଠାରୁ ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ଟେଷ୍ଟ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ଗୁରୁବାରଠାରୁ କିଙ୍ଗଷ୍ଟନର ଦି ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ପ୍ରତିଦ୍ବନ୍ଦ୍ବିତା ଓ ଉତ୍କଣ୍ଟାପୂର୍ଣ୍ଣ ଉକ୍ତ ଟେଷ୍ଟ ଶୃଙ୍ଖଳାର ଶେଷ ମ୍ୟାଚକୁ ଜିତିବା ନେଇ ଉଭୟ ଭାରତ ଓ ଇଂଲଣ୍ଡ ଆଶାବାଦୀ ରହିଛନ୍ତି। ଭାରତ ମ୍ୟାଚକୁ ଜିତି ଶୃଙ୍ଖଳା ପରାଜୟରୁ ରକ୍ଷା ଲକ୍ଷ୍ୟ ରଖିଥିବାବେଳେ ଘରୋଇ ଇଂଲଣ୍ଡ ଶୃଙ୍ଖଳା ହାତେଇବାକୁ ପ୍ରୟାସ କରିବ। ଇଂଲଣ୍ଡ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଥିବାରୁ ଭାରତ ପାଇଁ ଉକ୍ତ ମ୍ୟାଚ ବିଜୟର ଏକାନ୍ତ ଆବଶ୍ୟକତା ରହିଛି। ଇଂଲଣ୍ଡ ଯଦି ମ୍ୟାଚକୁ ଅତି କମରେ ଡ୍ର ରଖିପାରିବ ତେବେ ଶୃଙ୍ଖଳା ହାତେଇବ। ଏହାକୁ ଦୃଷ୍ଟିରେ ରଖି ଭାରତ ମ୍ୟାଚକୁ ଜିତିବା ନେଇ କୌଣସି ମତେ ଉଦ୍ୟମ କରିବ।
ଶୁଭମନ ଗିଲ୍‌ଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଚଳିତ ଟେଷ୍ଟ ଶୃଙ୍ଖଳାରେ ଆଶାନୁଯାୟୀ ପ୍ରଦର୍ଶନ କରିଛି। ଦଳ ପ୍ରଥମ ଟେଷ୍ଟରେ ୫ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟକୁ ୩୩୬ରନରେ ଜିତି ଶୃଙ୍ଖଳାକୁ ୧-୧ ବରାବର କରିଥିଲା। ତୃତୀୟ ଟେଷ୍ଟ​‌େ​‌ର ବୋଲରମାନେ ସୁଯୋଗ ଦେଇଥିଲେ ମଧ୍ୟ ବ୍ୟାଟିଂ ବିଫଳତା ପାଇଁ ଦଳ ୨୨ ରନରେ ପରାଜିତ ହୋଇଥିଲ​ା। ଚତୁର୍ଥ ଟେଷ୍ଟରେ ଭାରତ ବୋଲିଂରେ ବିଫଳ ହୋଇଥିବାବେଳେ ବ୍ୟାଟିଂ ପାଇଁ ମ୍ୟାଚକୁ ଡ୍ର ରଖିବାରେ ସପଳ ହୋଇଥିଲା। ବ୍ୟାଟିଂ କ୍ରମକୁ ଦେଖିବାକୁ ଗଲେ ଦୁଇ ଓପନର ଲୋକେଶ ରାହୁଲ ଓ ଯଶସ୍ବୀ ଜୟସୱାଲ ଭଲ ପ୍ରଦର୍ଶନ କରୁଛନ୍ତି। ରାହୁଲ ୫୧୧ ରନ କରିଥିବାବେଳେ ଜୟସୱାଲ ୨୯୧ରନ କରିଛନ୍ତି। ଜୟସୱାଲ ପ୍ରଥମ ଦୁଇ ଟେଷ୍ଟରୁ ୨୨୦ରନ କରିଥିବାବେଳେ ଶେଷ ଦୁଇ ଟେଷ୍ଟର ୪ଟି ଇନିଂସରୁ ୭୧ରନ କରିଛନ୍ତି। ଜୟସୱାଲଙ୍କ ଫର୍ମ ଦଳକୁ ମଧ୍ୟ ଚିନ୍ତାରେ ପକାଇଛି। ଅଧିନାୟକ ଶୁଭମନ ଗିଲ୍‌ ଶୃଙ୍ଖଳାରେ ଏବେ ସୁଦ୍ଧା ୪ଟି ଶତକ ସହ ୭୨୨ରନ କରିଛନ୍ତି। ୩ ନମ୍ବର ସ୍ଥାନକୁ ନେଇ ଭାରତ ଚିନ୍ତାରେ ରହିଛି । ଶେଷ ମ୍ୟାଚରେ ସାଇ ସୁଦର୍ଶନ ୩ ନମ୍ବର ସ୍ଥାନରେ ଖେଳିଥିଲେ। ସୁଦର୍ଶନ ପ୍ରଥମ ଇନିଂସରେ ୬୧ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ଖାତା ଖୋଲି ପାରିନଥିଲେ। ​‌େ​‌ଶଷ ଟେଷ୍ଟ​‌େ​‌ର ସୁଦର୍ଶନଙ୍କୁ ସୁଯୋଗ ମିଳିବାର ଆଶା କରାଯାଉଛି। ସେହିପରି ୱିକେଟରକ୍ଷକ ଭାବେ ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି। ପନ୍ତଙ୍କ ସ୍ଥାନରେ ନାରାୟଣ ଜଗଦିଶାନ ସାମିଲ ହୋଇଥିଲେ ମଧ୍ୟ ଜୁରେଲ ଖେଳିବାର ଆଶା କରାଯାଉଛି। ଶେଷ ଟେଷ୍ଟରେ ଶତକ ହାସଲ କରି ମ୍ୟାଚକୁ ଡ୍ର ରଖିବା ସହ ଦଳକୁ ପରାଜୟରୁ ରକ୍ଷା କରିଥିବା ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭ​‌ାବେ ଖେଳିବେ। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ଯଶପ୍ରୀତ ବୁମ୍‌ରା ଖେଳିବାର ସମ୍ଭାବନା କମ ଥିବାରୁ ତାଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ୍‌ ସିଂହଙ୍କୁ ପଦାର୍ପଣ ନେଇ ସୁଯୋଗ ମିଳିପାରେ। ମହମ୍ମଦ ସିରାଜ ଖେଳିବା ନିଶ୍ଚିତ ଥିବାବେଳେ ଶେଷ ମ୍ୟାଚରେ ପଦାର୍ପଣ କରିଥିବା ଅଂଶୁଲ କାମ୍ବୋଜଙ୍କ ସ୍ଥାନରେ ଆକାଶ ଦୀପ୍‌ ପ୍ରତ୍ୟାବର୍ତ୍ତନ କରିବେ। ଭାରତ ମ୍ୟାଚରେ ୩ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ସହ ମ୍ୟାଚକୁ ଓହ୍ଲାଇବାର ସମ୍ଭାବନା ରହିଛି। ଓଲ୍‌ଡ ଡ୍ରାଫୋର୍ଡରେ ଖେଳିଥିବା ସାର୍ଦୁଳ ଠାକୁରଙ୍କ ସ୍ଥାନରେ ସ୍ପିନର କୁଳଦୀପ୍‌ ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ବେନ୍‌ ଷ୍ଟୋକ୍‌ସ କାନ୍ଧରେ ଆଘାତ ଲାଗି ଶେଷ ଟେଷ୍ଟରୁ ବାଦ୍‌ ପଡ଼ିବା ଇଂଲଣ୍ଡକୁ ବଡ଼ ଧକ୍କା ଲାଗିଛି।
ଷ୍ଟୋକ୍‌ସଙ୍କ ଅନୁପସ୍ଥିତିରେ ଓଲି ପୋପ୍‌ ଅଧିନାୟକ ଦାୟିତ୍ବ ତୁଲାଇବେ। ଦଳ ୪ଟି ପରିବର୍ତ୍ତନ କରିଛି। ବେନ୍‌ ଷ୍ଟୋକ୍‌ସ, ଲିୟାମ ଡାଓସନ, ଜେଫ୍ରା ଆର୍ଚର ଓ ବ୍ରାଇଡେନ କ୍ରାସଙ୍କ ସ୍ଥାନରେ ଜ୍ୟାକବ ବିଥେଲ, ଗସ ଆଟ୍‌କିନସନ, ଜେମି ଓଭରଟନ ଓ ଜୋଶ ଟଙ୍ଗଙ୍କୁ ସାମିଲ କରାଯାଇଛି। ଇଂଲଣ୍ଡ ମଧ୍ୟ ବ୍ୟାଟିଂ ଓ ବୋଲିଂରେ ବେଶ ଭଲ ପ୍ରଦର୍ଶନ କରୁଛି। ଜୋ ରୁଟ୍‌ ଓ ବେନ୍‌ ଡକେଟ ଭଲ ଫର୍ମରେ ରହିଛନ୍ତି। ଭାରତୀୟ ବୋଲରଙ୍କ ପାଇଁ ରୁଟ୍‌ ଓ ଡକେଟ ନିଶ୍ଚିତ ଭାବେ ଚିନ୍ତାଜନକ ହେବେ। ଉଭୟ ଦଳ ଭଲ ପ୍ରଦର୍ଶନ କରୁଥିବାରୁ ଅନ୍ତିମ ଟେଷ୍ଟ କଡ଼ା ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବା ନେଇ ଆଶା କରାଯାଉଛି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ