ଆଜିଠୁ ତିନି ଦିନିଆ କୃଷି ଓଡ଼ିଶା

ଭୁବନେଶ୍ବର: ଗୁରୁବାରରୁ ୨୪ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ କୃଷି ଓଡ଼ିଶା ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ କୃଷି ଓଡ଼ିଶାରେ ଆକର୍ଷଣ ସାଜିବ ଜଳବାୟୁ ଅନୁକୂଳ ମେସିନ୍ । ଯେହେତୁ ଚଳିତବର୍ଷ ପରିବର୍ତ୍ତିତ ପାଣିପାଗକୁ ସୁହାଇଲା ଭଳି ଚାଷ ଫୋକସ୍ରେ ରହିବ । ତେଣୁ ସେହିପରି ସବୁ ପ୍ରକାରର ପାଣିପାଗକୁ ସୁହାଇଲା ଭଳି ଜଳବାୟୁ ଅନୁକୂଳ ମେସିନ୍ ରହିବ । ଫଳରେ ସେହି ମେସିନ୍ ଖରା, ବର୍ଷା ଓ କାକରେ ନଷ୍ଟ ନହୋଇ ଦୀର୍ଘ ଦିନ ଧରି ଚାଷୀର କାମରେ ଆସିବ ।

ଏହି କୃଷି ମହାକୁମ୍ଭରେ ୧୫ ହଜାରରୁ ଅଧିକ ଚାଷୀଙ୍କ ସମାଗମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରଖ୍ୟାତ ବୈଜ୍ଞାନିକ ବକ୍ତା ଭାବେ ଯୋଗ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ୧୨ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ଯାହା ମାଧ୍ୟମରେ ଓଡ଼ିଶାରେ କୃଷିର ବର୍ତ୍ତମାନର ସ୍ଥିତି ପ୍ରଦର୍ଶନ କରାଯିବ । ଏହି ଅଧିବେଶନ ୨୦୩୬ ବର୍ଷ ପାଇଁ ବିକଶିତ ଓଡ଼ିଶା ଏବଂ ୨୦୪୭ ବର୍ଷ ପାଇଁ ବିକଶିତ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷିର ଏହି ମହାକୁମ୍ଭରେ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବ । ମେଳାରେ ଯୋଗ ଦେଇ ଥିବା ଜଗତସିଂହପୁରର ଦିଲ୍ଲୀପ ପଣ୍ଡା କହିଛନ୍ତି, ଏହି କୃଷି ମହୋତ୍ସବ ଚାଷୀମାନଙ୍କ ସହିତ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରୁଛି । ପାଣିପାଗ ବଦଳିବା ସହିତ କିଭଳି ଚାଷ କରିହେବ, ସେ ବାବଦରେ ଜ୍ଞାନ ଆହରଣ କରିହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ