ଆନ୍ତର୍ଜାତିକ କ୍ରିକେଟ୍‌ରୁ ରସେଲ୍‌ଙ୍କ ଅବସର

କିଙ୍ଗ୍‌ଷ୍ଟନ: ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳର ଖ୍ୟାତନାମା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ଦେଶ ଜାମାଇକାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପରେ ରସେଲ ଆଉ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବେ ନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ରସେଲ୍‌ଙ୍କ ଦେଶ ଜାମାଇକାର କିଙ୍ଗଷ୍ଟନର ସାବାଇନା ପାର୍କରେ ଖେଳାଯିବ। ୨୦ ଓ ୨୨ରେ ତାଙ୍କ ଘରୋଇ ପଡ଼ିଆରେ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ରସେଲ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବେ। ୨୫ରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପାଇଁ ରସେଲ ଦଳ ସହ ସେଣ୍ଟ କିଟ୍‌ସ ଯିବେନାହିଁ।
୩୭ ବର୍ଷ ବୟସ୍କ ଆନ୍ଦ୍ରେ ରସେଲ୍‌ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଘୋଷଣା କରିଛନ୍ତି। ଏଥିରେ ରସେଲ ଉଲ୍ଲେଖ କରିଛନ୍ତି ଯେ ୱେଷ୍ଟଇଣ୍ଡିଜ୍‌ ପାଇଁ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ। ଏତେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବି ବୋଲି ଭାବିନଥିଲି। ପ୍ରଥମ ୨ଟି ଟ୍ବେଣ୍ଟି୨୦ରେ ଦଳକୁ ଜିତାଇବା ସହ ବିଦାୟ ନେବାକୁ ଚାହେଁ। ରସେଲ୍‌ ୨୦୧୦ରେ ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ଟେଷ୍ଟମ୍ୟାଚ୍‌ ଖେଳିଥିଲେ।

  • Garvita Odia

    Related Posts

    ଲର୍ଡସ ଟେଷ୍ଟ: ବିଜୟଲକ୍ଷ୍ୟ ୧୯୩; ଭାରତ ୪/୫୮

    ଲର୍ଡସ: ଚଳିତ ତୃତୀୟ ଟେଷ୍ଟମ୍ୟାଚ୍‌କୁ ଜିତି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବା ଲାଗି ଭାରତୀୟ ଦଳକୁ ୨ୟ ଇନିଂସରେ ୧୯୩ ରନ୍‌ କରିବାକୁ ପଡ଼ିବ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବ​‌ଳରେ ଭାରତ ଏହି ସୁଯୋଗ ପାଇଛି। ପ୍ରଥମ ୩ ଦିନରେ ୨୦ଟି…

    ଲର୍ଡସ ଟେଷ୍ଟ :ଇଂଲଣ୍ଡ ୩୮୭ରନରେ ଅଲ୍‌ଆଉଟ୍‌:ଭାରତ ୩ ୱିକେଟରେ ୧୪୫

    ଲଡର୍ସ : ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଲଡର୍ସରେ ଚାଲିଥିବା ତୃତୀୟ ଟେଷ୍ଟର ଶୁକ୍ରବାର ଦ୍ବିତୀୟ ଦିନରେ ୯ଟି ୱିକେଟର ପତନ ଘଟିଛି। ଜୋ ରୁଟ୍‌ଙ୍କ ଶତକ ୧୦୪ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୮୭ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଭାରତ…

    Leave a Reply

    Your email address will not be published. Required fields are marked *

    You Missed

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଉଦିତ ପ୍ରଧାନ ନିଲମ୍ବିତ

    ଉଦିତ ପ୍ରଧାନ ନିଲମ୍ବିତ

    ବଳାତ୍କାର ଅଭିଯୋଗ: ଗିରଫ ହେଲେ ଛାତ୍ର କଂଗ୍ରେସ ସଭାପତି

    ବଳାତ୍କାର ଅଭିଯୋଗ: ଗିରଫ ହେଲେ ଛାତ୍ର କଂଗ୍ରେସ ସଭାପତି

    ରାଗିଂ: ୧୦ ରେଭେନ୍ସା ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

    ରାଗିଂ: ୧୦  ରେଭେନ୍ସା ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ