ଆଫ୍ରିକାର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରି ଇତିହାସ ରଚିଲେ ଓଡିଆ ପୁଅ ଆଶୀର୍ବାଦ

ବରଗଡ଼,22।09: ବରଗଡ଼ର ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମର ଜଣେ ୨୯ ବର୍ଷୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଆଫ୍ରିକାର ୫,୮୯୫ ମିଟର ଉଚ୍ଚ ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରି ଇତିହାସ ରଚିଛନ୍ତି। ଜଣେ ଚାଷୀ ପୁଅ ଆଶୀର୍ବାଦ ମହାପାତ୍ର ଅଗଷ୍ଟ ୨ ତାରିଖରେ ନିଜର ଆଫ୍ରିକୀୟ ଗସ୍ତ ଆରମ୍ଭ କରିଥିଲେ। ସେ ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର, ଇରାନ, ବ୍ରାଜିଲ, ଜର୍ମାନୀ, ଅଷ୍ଟ୍ରେଲିଆ, ଫିଲିପାଇନ୍ସ, କାନାଡା, ଆର୍ଜେଣ୍ଟିନା, ଇଂଲଣ୍ଡ, ଋଷ, ସାଉଦି ଆରବ, ଜାପାନ, ଚୀନ୍ ଏବଂ ଦୁବାଇର ପ୍ରତିନିଧିତ୍ୱ କରୁଥିବା ପର୍ବତାରୋହୀଙ୍କ ଏକ ଅନ୍ତର୍ଜାତୀୟ ଦଳରେ ଯୋଗ ଦେଇଥିଲେ। ତେବେ ୧୪ଟି ଦେଶର ପର୍ବତାରୋହୀଙ୍କ ଗୋଷ୍ଠୀରେ ସେ ଏକମାତ୍ର ଭାରତୀୟ ଥିଲେ। କାଶ୍ମୀରର ପହଲଗାମରେ ଥିବା ଜବାହାର ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରରେ ତାଲିମପ୍ରାପ୍ତ ଆଶୀର୍ବାଦ ତାଙ୍କ NCC ଦିନ ମଧ୍ୟରେ ସ୍କାଏଡାଇଭିଂ, ପାରାଗ୍ଲାଇଡିଂ, ସ୍କିଇଂ, ସିପିଆର, ସର୍ଚ୍ଚ ଏବଂ ରେସ୍କ୍ୟୁ, ସୁଟିଂ ଏବଂ ଉଚ୍ଚତାରେ ବଞ୍ଚିବାର ଦକ୍ଷତା ବିକାଶ କରିଥିଲେ। ତେବେ ତାଙ୍କର ପୂର୍ବ ପର୍ବତାରୋହଣ ମଧ୍ୟରେ ଟାଟାକୋଟି (୪,୭୬୦ ମିଟର), ହାରମୁଖ (୫,୩୦୦ ମିଟର), ତ୍ରିଶୂଳ (୭,୧୨୦ ମିଟର), ନୀଳକଣ୍ଠ (୬,୫୯୬ ମିଟର), ସନସେଟ୍ (୪,୭୪୫ ମିଟର), ଗୋଲ ଟପ୍ (୪,୪୨୦ ମିଟର) ଏବଂ ସ୍ଲିପିଂ ଲେଡି ମାଉଣ୍ଟେନ୍ (୨,୨୪୦ ମିଟର) ଅନ୍ତର୍ଭୁକ୍ତ। ୫,୮୯୫ ମିଟର ଶିଖରରେ ପହଞ୍ଚିବା ପରେ ତ୍ରିରଙ୍ଗା ଏବଂ ମା’ ସମଲେଶ୍ୱରୀଙ୍କ ପତାକା ଉଡାଇଥିଲେ। ଆଶୀର୍ବାଦ।

  • Related Posts

    ଷ୍ଟିଅରିଂ ପଛରେ ଶୁଭଲକ୍ଷ୍ମୀ: ନୂଆ ପଥ ଦେଖାଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ

    ଭୁବନେଶ୍ୱର: ପ୍ରତିଦିନ ସକାଳେ କେନ୍ଦୁଝରର ରାସ୍ତାରେ ଗଡ଼ିଥାଏ ଏକ ଇଲେକ୍ଟ୍ରିକ୍ ବସ୍। ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ୁଥିବା ଏହି ବସ୍‌ର ଷ୍ଟିଅରିଂ ଧରିଥାନ୍ତି ଶୁଭଲକ୍ଷ୍ମୀ ମହାନନ୍ଦ। ଯାତ୍ରୀଙ୍କ ପାଇଁ ଏହା ହୁଏତ ଦୈନନ୍ଦିନ ଯାତାୟାତର ଏକ…

    Continue reading
    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି