ଆର୍ଥିକ ସହାୟତା ଅପେକ୍ଷାରେ ସୁସ୍ମିତା, ଆଜି ବି ସ୍ବପ୍ନ ଅଛି ଡାକ୍ତର ହେବେ

ଦାରିଙ୍ଗବାଡି: ଡାକ୍ତରୀ ପାଠ ପଢି ନିଜ ଅଞ୍ଚଳ ରୋଗୀଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ଗୌଡ଼ ସାହିର ଛାତ୍ରୀ ସୁସ୍ମିତା ଗୌଡ଼। ତେବେ ଜାନୁଆରୀ ପହିଲାରେ ରାସ୍ତା ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ତାଙ୍କ ଗୋଡ଼ର ଏକାଧିକ ହାଡ଼ ଭାଙ୍ଗି ଚୁରମାର ହୋଇଥିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ବହୁଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ହେଲେ ଏବେ ମଧ୍ୟ ତାଙ୍କ ଗୋଡ଼ର ଏକାଧିକ ଅପରେଶନ ବାକି ରହିଛି। ଏହି ଅପରେଶନ ସରକାରୀ ସହାୟତାରେ ହେଉଥିଲା ବେଳେ ବାହାରୁ ଆବଶ୍ୟକ ଔଷଧ, ଇଞ୍ଜେକ୍ସନ କିଣିବା ପାଇଁ ସୁସ୍ମିତାଙ୍କ ମା’ଶଶୀଙ୍କ ନିକଟରେ ସାମର୍ଥ୍ୟ ନାହିଁ। ଏବେ ସୁସ୍ମିତାଙ୍କୁ ଅପରେଶନ ପାଇଁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପରୀକ୍ଷାନିରୀକ୍ଷା ଚାଲିଛି ଅପରେଶନ ପାଇଁ ଡାକ୍ତର ପ୍ରସ୍ତୁତ ହେଉଥିବା ନେଇ ଗତ ସେପ୍ଟେମ୍ବର ୨୪ରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥଥିଲା। ୨୫ରେ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଶରତ ଶବର ଓ ଡାକ୍ତର ଟିମ ଯାଇ ସୁସ୍ମିତାଙ୍କ ଘରେ ପହଞ୍ଚି ତଦନ୍ତ କରି ଜିଲା ପ୍ରଶାସନକୁ ଜଣାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସୁସ୍ମିତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର ସହାୟତା ରାଶି ପ୍ରଦାନ କରାଯାଇଥଥିଲା। ମାତ୍ର ୨୦ ହଜାରରେ ତାଙ୍କ ଅପରେଶନ କିଭଳି ସମ୍ଭବ ସେ ନେଇ ସୁସ୍ମିତାଙ୍କ ମା’ଶଶୀ ଚିନ୍ତିତ ଥିବା କହିଛନ୍ତି। ଜିଲାପ୍ରଶାସନ ସୁସ୍ମିତାଙ୍କ ଅପରେଶନ ପାଇଁ ଆବଶ୍ୟକ ଅର୍ଥ ଯାଗାଇଦେଲେ ସେ ଉତ୍ତମ ଚିକିତ୍ସା ପାଇବା ସହ ଶୀଘ୍ର ସୁସ୍ଥ ହୋଇପାରିବେ ଓ ପାଠ ପଢି ଡାକ୍ତର ହେବେ ବୋଲି ସୁସ୍ମିତା ଆଶା ରଖିଛନ୍ତି।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ