ଆସାମ ବିଧାନସଭା ନିର୍ବାଚନ, ୧୦୦ ଆସନରେ ଲଢ଼ିବ କଂଗ୍ରେସ

ଗୁଆହାଟୀ: ଆସାମରେ ଅନ୍ୟ ୫ଟି ଦଳ ସହ ମେଣ୍ଟ କରି କଂଗ୍ରେସ ଚଳିତବର୍ଷ ବିଧାନସଭା ନିର୍ବାଚନ ଲଢ଼ିବ । ଏହି ସୂଚନା ଦେଇଛନ୍ତି ଆସାମ କଂଗ୍ରେସ ମୁଖ୍ୟ ଗୌରବ ଗୋଗୋଇ । ସେ କହିଛନ୍ତି ରାଜ୍ୟର ୧୨୬ ବିଧାନସଭା ଆସନରୁ କଂଗ୍ରେସ ୧୦୦ଟିରେ ଲଢ଼ିବ । ଅନ୍ୟ ୨୬ଟି ଆସନ ୫ଟି ଦଳକୁ ଆବଣ୍ଟନ କରଯିବ । ସମସ୍ତ ୬ ଦଳ ଏକାଠି ଲଢ଼ିବେ ଓ ଶାସକ ବିଜେପିକୁ ଗାଦିଚ୍ୟୁତ କରି ରାଜ୍ୟରେ କ୍ଷମତା ଦଖଲ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଜୋର୍ହାଟ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ୩ ଥରର ସାଂସଦ ଗୋଗୋଇ ଏକ ଖବର ସରବରାହ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ମେଣ୍ଟର ଅନ୍ୟ ୫ଟି ଦଳ ମଧ୍ୟରେ ରହିଛି ଆସାମ ଜାତୀୟ ପରିଷଦ, ରାଇଜୋର ଦଳ, ସିପିଏମ୍, ସିପିଆଇ (ଏମ୍ଏଲ୍) ଏବଂ ଅଲ୍ ପାର୍ଟି ହିଲ୍ ଲିଡର୍ସ କନ୍ଫରେନ୍ସ । କଂଗ୍ରେସ ଏପର୍ୟ୍ୟନ୍ତ ୪ଟି ପର୍ୟ୍ୟାୟରେ ୯୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଗତ ୧୦ ବର୍ଷ ହେଲା ରାଜ୍ୟରେ ବିଜେପି ସରକାର ରହିଛି । କିନ୍ତୁ ରାଜ୍ୟରେ କଂଗ୍ରେସର ପ୍ରଭାବ ମଧ୍ୟ ବଢ଼ିଛି । ୨୦୧୬ରେ କଂଗ୍ରେସ ୨୬ ଆସନ ପାଇଥିଲା ବେଳେ ୨୦୨୧ରେ ଏହା ୨୯କୁ ବୃଦ୍ଧି ପାଇଥିଲା । ଆସାମର ସମସ୍ତ ବିଧାନସଭା ଆସନରେ ଗୋଟିଏ ପର୍ୟ୍ୟାୟରେ ଏପ୍ରିଲ ୯ରେ ଭୋଟ ଗ୍ରହଣ କରାଯିବ । ମେ ୪ରେ ଫଳାଫଳ ଘୋଷଣା ହେବ ।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ