ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

ଭୁବନେଶ୍ବର : ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ସମୟ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଇଗ୍ନୋ କର୍ତ୍ତୃପକ୍ଷ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଦେୟ ଦେବାକୁ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in । ତେବେ ସାର୍ଟିଫିକେଟ ପ୍ରୋଗ୍ରାମରେ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମ ଲେଖା ଅବଧି ସମାପ୍ତ ହୋଇଯାଇଛି |

ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଏ ବର୍ଷ M.Sc.ରେ କିଛି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିମଧ୍ୟରେ M.Sc. (Zoology), M.Sc. (Chemistry), M.Sc. (Analytical Chemistry), M.Sc. (Biochemistry), M.Sc. (Geoinformatics), M.Sc. (Physics), M.Sc. (Applied Statistics), M.Sc. (Geography) (MSCGG) ଏବଂ AICTE ସ୍ୱୀକୃତିପ୍ରାପ୍ତ MBA ଓ MCA ଅନ୍ୟତମ । ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ଇଗ୍ନୋ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ। ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ ଦୁଇଟି ବିଷୟରେ ଡ଼ିଗ୍ରୀ କରିପାରିବେ। ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ନୋର ୱେବସାଇଟରେ ପ୍ରଦାନ କରାଯାଇଛି ବୋଲି ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ଜଣାଇଛନ୍ତି ।

  • Related Posts

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,: GST ସ୍ଲାବ୍‌କୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିଲ୍ଲୀରେ ପ୍ରେସ୍‌ମିଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି। କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫…

    Continue reading
    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    କଟକ: ଦଶହରାରେ ୬ଟି ବଡ଼ ତୋରଣକୁ କୋର୍ଟଙ୍କ ଅନୁମତି । ଚାଉଳିଆଗଞ୍ଜ, ରାଣୀହାଟ, ମାଲଗୋଦାମ ତୋରଣକୁ ମିଳିଛି ଅନୁମତି । ଶିଖରପୁର, ଖାନନଗର ଓ ବାଦାମବାଡ଼ି ତୋରଣକୁ ମଧ୍ୟ ଅନୁମତି । ସମସ୍ତ ତୋରଣର ମାଜିଷ୍ଟ୍ରେଟସ୍ତରୀୟ ଯାଞ୍ଚ ହେବ । କାଲିଠୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି

    ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ :ଆଇନମନ୍ତ୍ରୀ

    ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ  ପ୍ରକ୍ରିୟା ଆରମ୍ଭ :ଆଇନମନ୍ତ୍ରୀ

    କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି: ବିଜେଡ଼ି

    କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି: ବିଜେଡ଼ି

    ବଦଳିଲେ ଦୁଇ ଆଇଆଇସି

    ବଦଳିଲେ ଦୁଇ ଆଇଆଇସି