ଉତ୍କର୍ଷ ଓଡ଼ିଶା: ଆଜି ୩୦ଟି ଏମଓୟୁ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ବୁଧବାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ବା ଶେଷ ଦିନ । ଦ୍ଵିତୀୟ ଦିନରେ ଆଉ ୩୦ ଟି ଏମଓୟୁ କରିବେ ରାଜ୍ୟ ସରକାର ଓ ରାଜ୍ୟ ସରକାର ୧୦୦ ରୁ ଅଧିକ ଏମଓୟୁ ଲକ୍ଷ୍ୟ ରଖିଥିବା ବେଳେ ସେ ଲକ୍ଷ୍ୟ ଠାରୁ ଅଧିକ ହେବ ବୋଲି କହିଛନ୍ତି ଶିଳ୍ପ ସଚିବ । ଆଜି ୩୦ଟି ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ।ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟରେ ୧୦ଟି ସେସନ୍‌ ରହିଛି । ଯେଉଁଥିରେ ମହିଳା ଉଦ୍ୟୋଗୀ ଉପରେ ସ୍ୱତନ୍ତ୍ର ସେସନ୍‌ ହେବ । ‘ସୁଭଦ୍ରା’ରୁ ମୁଦ୍ରାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଅଧିବେସନ ହେବ । ଶେଷ ଦିନରେ ସ୍କିଲ୍‌ ଇନ୍‌ ହେଲ୍ଥ ସେକ୍ଟର୍‌ ଏବଂ ଫାର୍ମା ସେକ୍ଟର ନିବେଶ ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ । ମଙ୍ଗଳବାର ଭୁବନେଶ୍ଵର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍-୨୦୨୫ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଦେଶ ବିଦେଶର ନିବେଶକ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି ଓଡ଼ିଶାକୁ ଜାନୁଆରୀରେ ମୋର ଦ୍ଵିତୀୟ ଓଡ଼ିଶା ଗସ୍ତ ବୋଲି କହିଥିଲେ। ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇ କାର୍ୟ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ତେବେ ପ୍ରଥମ ଦିନରେ ସାଢେ ୪ଲକ୍ଷ କୋଟି ଟଙ୍କାର ନିବେଶ ମିଳିଛି । ୫୪ ଟି ଏମଓୟୁ ହୋଇଛି । ଶେଷ ଦିନରେ ତିନିହଜାର କୋଟି ନିବେଶ ଆସିବ ବୋଲି ଆଶା କରାଯାଉଛି ।

  • Related Posts

    ରାଜ୍ୟରେ ୨୦ଟି ନୂଆ ସାଇବର ଥାନା ପ୍ରତିଷ୍ଠା ହେବ

    ଭୁବନେଶ୍ଵର:ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାଇବର ଓ ଅଥନୈତିକ ଅପରାଧ ରୋକିବାକୁ ୨୦ଟି ନୂଆ ଥାନା ପ୍ରତିଷ୍ଠା କରାଯିବ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ କ୍ରମେ ଗୃହ…

    ହଟିଲା ଆୟକର ବିଲ୍‌ ୨୦୨୫ ଆସିବ ନୂଆ ବିଧେୟକ

    ଭୁବନେଶ୍ଵର:ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫କୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତ୍ୟାହାର କରିଛନ୍ତି। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହି ଆୟକର ବିଲ୍‌କୁ ଆଗତ କରିଥିଲେ।…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ୨୦ଟି ନୂଆ ସାଇବର ଥାନା ପ୍ରତିଷ୍ଠା ହେବ

    ହଟିଲା ଆୟକର ବିଲ୍‌ ୨୦୨୫ ଆସିବ ନୂଆ ବିଧେୟକ

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ