ଉଦଯାପିତ ହେଲା :ଜାତୀୟ ଜନଜାତି ସଂସଦୀୟ କମିଟି ଅଧ୍ୟକ୍ଷ ସଦସ୍ୟ କର୍ମଶାଳା

ଭୁବନେଶ୍ବର:ଜାତୀୟ ଜନଜାତି ସଂସଦୀୟ କମିଟି ଅଧ୍ୟକ୍ଷ ସଦସ୍ୟଙ୍କ ଦୁଇ ଦିନିଆ କର୍ମଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ରାଜ୍ୟପାଳ ହରି ବାବୁ କମ୍ଭମପଟି, ସଂସଦର ଜାତି ଓ ଜନଜାତି କମିଟି ଅଧ୍ୟକ୍ଷ ଫଗନ ସିଂ କୁଲସ୍ତି, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ରାଜ୍ୟ ବିଧାନସଭା ଜାତି ଓ ଜନଜାତି ଗୃହ କମିଟି ଅଧ୍ୟକ୍ଷ ଭାସ୍କର ମଡ଼େଇ ଉପସ୍ଥିତ ଥିଲେ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।ସଂସଦ ଜାତି ଓ ଜନଜାତି କମିଟି ଅଧ୍ୟକ୍ଷ ଫଗନ ସିଂ କୁଲସ୍ତି କହିଛନ୍ତି ଗତକାଲି ୧୪ ରାଜ୍ୟର ଜାତି ଓ ଜନଜାତି ଗୃହ କମିଟି ଅଧ୍ୟକ୍ଷ ଓ ୮ ସଂସଦ ପ୍ରତିନିଧି ବିଭିନ୍ନ ବିଷୟରେ ମତ ବ୍ୟକ୍ତ କରିଥିଲେ। ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ। ସକାରାତ୍ମକ ଭାବେ ଏହାର ସମାଧାନର ବାଟ ବାହାର କରାଯିବ।୬ ରାଜ୍ୟରେ ଜାତି ଓ ଜନଜାତି ସମିତିର ଗଠନ ହୋଇ ନାହିଁ। ଏସବୁ ରାଜ୍ୟର ପ୍ରତିନିଧି ନିଜ ନିଜ ରାଜ୍ୟ ସରକାର ସହ ଆଲୋଚନା କରି କିଭଳି ଶୀଘ୍ର ଏହା ଗଠନ ହେବ ସେ ଦିଗରେ କାର୍ୟ୍ୟ କରନ୍ତୁ।ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ କହିଛନ୍ତି, କାଗଜ କଲମରେ ବହୁ ଯୋଜନା ହେଉଛି ହେଲେ ଏହାକୁ ଗ୍ରାଉଣ୍ଡରେ କାର୍ୟ୍ୟକାରୀ କରିବା ଆମ କର୍ତ୍ତବ୍ୟ। ଆମ ପାଇଁ ଚ୍ୟାଲେଞ୍ଜ ବଢିଛି। ଟେକ୍ନୋଲୋଜି ଓ ଗୁଡ୍ ଗଭର୍ଣ୍ଣାନ୍ସ ଯୋଗୁ ଦେଶ ବଦଳୁଛି। ଟେକ୍ନୋଲୋଜି ମାଧ୍ୟମରେ ଜାତି ଓ ଜନଜାତିର ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ।
ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଏହି ସମ୍ମିଳନୀର ପରିଣାମ ଯାହା ବାହାରିବ ତାହା ବାବା ସାହେବ ଆମ୍ବେଦକରଙ୍କ ସ୍ବପ୍ନ ପୂରଣ କରି ୨୦୪୭ ପର୍ୟ୍ୟନ୍ତ ବିକଶିତ ରାଷ୍ଟ୍ର ଗଠନ ନେଇ କାର୍ୟ୍ୟ କରାଯିବ। ଜାତି ଓ ଜନଜାତି ଲୋକଙ୍କ ଆବଶ୍ୟକତା ଅନୁସାରେ ଯୋଜନାରେ କ’ଣ ପରିବର୍ତନ ହେବା ଦରକାର ତାହା କର୍ମଶାଳାରେ ଆଲୋଚନା ହୋଇଛି। ଏହାର ସଫଳ ରୂପାୟନ ପାଇଁ ଚେଷ୍ଟା କରାଯିବ।ଦୁଇ ଦିନିଆ କର୍ମଶାଳାରୁ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ଏଜେଣ୍ଡା ୨୦୨୫ ପ୍ରସ୍ତୁତି ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜନଜାତିଙ୍କ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରର ଗୋଟିଏ ଏଜେଣ୍ଡା ରହିବ । ଏଥି ପାଇଁ କର୍ମଶାଳାରେ ୩୧ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି।ସମସ୍ତ ଅଂଶୀଦରଙ୍କ ସହ ଆଲୋଚନା କରି ଏଜେଣ୍ଡା ୨୦୨୫ ଭୁବନେଶ୍ୱରକୁ ବ୍ୟାପକ ରୂପ ରେଖ ଦିଆଯିବ। ଉଦଯାପାନୀ କାର୍ୟ୍ୟକ୍ରମ ପରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ଦେଇଛନ୍ତି ସୂଚନା ଦେଇଛନ୍ତି। ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସମାନତା ଓ ନ୍ୟାୟ ପାଇଁ ସଂସଦୀୟ ସମିତି ମିଳିମିଶି କାମ କରୁଛି। ବଜେଟ ଅର୍ଥ କେମିତି ଖର୍ଚ୍ଚ ହେଉଛି ତାକୁ ଦେଖୁଛି। କେନ୍ଦ୍ର ଓ ରାଜ୍ୟ ବିଧାନସଭାରେ ସଂସଦୀୟ ସମିତି ମିଳିତ ଭାବେ କାମ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ରର ସମାନ ଏଜେଣ୍ଡା ନେଇ କାମ କରୁଛନ୍ତି. ସଂସଦୀୟ ସମିତି ଯେଉଁ ଯୋଜନା ଲାଗୁ କରାଯାଇଛି ଏଥିରେ କେତେ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ହେଉଛି ତାର ମଧ୍ୟ ନିରକ୍ଷଣ କରାଯାଉଛି। ଯୋଜନା ତିଆରିରେ ମଧ୍ୟ ସାହାର୍ୟ୍ୟ କରାଯାଉଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ୭୦-୮୦ ପ୍ରତିଶତ ସଂସଦୀୟ ସମିତି ପ୍ରସ୍ତାବକୁ କାର୍ୟ୍ୟକାରୀ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଓମ ବିର୍ଲା।ଲୋକସେବା ଭବନ କଂଭେନସନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଅନୁସୂଚିତ ଜାତି ଜନଜାତି କର୍ମଶାଳକୁ ଗୁରୁବାର ଉଦଯାପନ କରାଯାଇଛି। ଏଥିରେ ରାଜ୍ୟପାଳ,ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଅନୁସୂଚିତ ଜାତି ଜନଜାତି ସଂସଦୀୟ କମିଟିର ଅଧ୍ୟକ୍ଷ ଫଗନ ସିଂ କୁଲସ୍ତେ ଉପସ୍ଥିତ ଥିଲେ।

  • Related Posts

    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading
    ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

    ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ