ଉଦିତ୍ କ୍ଷେତ୍ରରେ କଂଗ୍ରେସ ଏବଂ ଅମରେଶ କ୍ଷେତ୍ରରେ ବିଜେଡି ମୁଖିଆ ନୀରବ କାହିଁକି ?

ଭୁବନେଶ୍ୱର: ବିଜେପି ସରକାର ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ସରକାର, ମହିଳାମାନଙ୍କ ପାଇଁ ସମର୍ପିତ ସରକାର । ମହିଳା ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶକ୍ତ, ତ୍ୱରିତ ଏବଂ ସଚେତନଧର୍ମୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତମାନ ବିଜେପି ସରକାରର କଡା ଅଭିମୁଖ୍ୟ ଦେଖି ରାଜ୍ୟର ମାଁ ଓ ଭଉଣୀଙ୍କ ଆତ୍ମବିଶ୍ୱାସ ବଢିଛି । ଲୋକଙ୍କ ସରକାର, ବିଜେପି ସରକାର ପାଖକୁ ଯାଇ ନର୍ଭୟରେ ଅଭିଯୋଗ କରିପାରୁଛନ୍ତି ଏବଂ ଅପରାଧୀ ଦଣ୍ଡିତ ହେଉଛନ୍ତି । ଅନ୍ୟ ପଟେ ଅପରାଧୀମାନେ ଆତଙ୍କିତ ଓ ଭୟଭୀତ ହୋଇ ପଡିଛନ୍ତି । ବିଜେଡି ଶାସନ କାଳରେ ପୀଡିତାମାନେ ଅଭିଯୋଗ କରିବାକୁ ଭୟ କରୁଥିଲେ । କାର୍ୟ୍ୟାନୁଷ୍ଠାନ ତ ଦୂରର କଥା, ତାଙ୍କ ଅଭିଯୋଗ ଶୁଣିବାକୁ ସରକାରଙ୍କ ଆଗ୍ରହ ନଥିଲା କି ସମୟ ମଧ୍ୟ ନଥିଲା । ସେହି କାରଣରୁ ଅନେକ ପୀଡିତା ଜୀବନ ହରାଇଥିଲେ । ରାଜ୍ୟର ମାଁ ଓ ଭଉଣୀମାନଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ କହିଛନ୍ତି ।

ରାଜ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଶ୍ରୀ ଓରାମ କହିଛନ୍ତି ଯେ, ଗତ କିଛି ଦିନ ଧରି ଉଭୟ କଂଗ୍ରେସ ଏବଂ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ଧାରଣା, ବିକ୍ଷୋଭ, କ୍ୟାଣ୍ଡେଲ ଶୋଭାଯାତ୍ରା, ଦୀପ ଦାନ, ଲୋକସେବା ଭବନ ଘେରାଓ, ଓଡିଶା ବନ୍ଦ କରିବାର ରାଜନୈତିକ ସୁଆଙ୍ଗ କରୁଥିବାର ଆମେ ସମସ୍ତେ ଦେଖୁଛୁ । ଓଡିଶା ବନ୍ଦ କାରଣରୁ ପ୍ରାୟ ୧୫୦୦ କୋଟି ଟଙ୍କାର କ୍ଷତି ହୋଇଥିବାର ମଧ୍ୟ ଆମେ ସମସ୍ତେ ଜାଣିଛୁ । ଏହା ପ୍ରକୃତରେ ମହିଳା ସୁରକ୍ଷା ପ୍ରସଙ୍ଗ ପାଇଁ ନଥିଲା, ବରଂ ନିଜ ରାଜନୈତିକ ସ୍ୱାର୍ଥ, ଅସ୍ତିତ୍ୱର ରକ୍ଷା ଏବଂ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଉଭୟ କଂଗ୍ରେସ ଓ ବିଜେଡି ନେତାମାନେ କରୁଥିଲେ । ନିଜ ଅତୀତର ଅପକର୍ମ ଓ କୁକର୍ମକୁ ଜନମାନସରୁ ଦୁରେଇ ରଖିବା ପାଇଁ ଉଭୟ ଦଳ ପ୍ରୟାସ କରିଥିଲେ । ଦଳମତ ନିର୍ବିଶେଷରେ ଯଦି ମହିଳା ନ୍ୟାୟ ପାଇଁ ଉଭୟ ଦଳ ଲଢେଇ କରୁଛନ୍ତି, ତାହେଲେ ମହିଳା ଦୁଷ୍କର୍ମରେ ଅଭିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଏବଂ ବିଏମସି କର୍ପୋରେଟର ତଥା ବିଜେଡି ନେତା ଅମରେଶ ଜେନାଙ୍କ କ୍ଷେତ୍ରରେ ରାଜରାସ୍ତାରେ ଓହ୍ଲାଉ ନାହାନ୍ତି କାହିଁକି, ଉଭୟ ଦଳର ମୁଖିଆ ନୀରବ କାହିଁକି ? କଂଗ୍ରେସ ଦଳକୁ ୪୦ ବର୍ଷ ଏବଂ ବିଜେଡିକୁ ନିରନ୍ତର ଭାବେ ୨୪ ବର୍ଷ ଶାସନ କ୍ଷମତାର ଡୋରୀ ଦେଲେ ସତ, କିନ୍ତୁ ଉଭୟ ଦଳର ନେତାମାନେ ଅନେକ ମହିଳା ଦୁଷ୍କର୍ମ ମାମଲାରେ ପ୍ରତ୍ୟକ୍ଷ ସଂପୃକ୍ତ ରହିଲେ ଏବଂ ତାଙ୍କ ଦଳର ମୁଖିଆମାନେ ନୀରବଦ୍ରଷ୍ଟା ସାଜି ଅପରାଧୀମାନଙ୍କୁ ଘଂଟ ଘୋଡାଇ ସୁରକ୍ଷା ଦେଲେ । ଉଭୟ ବିଜଡେି ଓ କଂଗ୍ରେସ ଦଳର ମହିଳା ବିରୋଧୀ ଆଭିମୁଖ୍ୟ ସମସ୍ତ ସୀମା ଉଲ୍ଲଂଘନ କରିଛି । କଂଗ୍ରେସ ଶାସନରେ ଛବିରାଣୀ, ଅଞ୍ଜନା, ଅର୍ଚ୍ଚନା, ବିଳାସିନୀ ସମେତ ବର୍ତମାନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ମହିଳା ଦୁଷ୍କର୍ମ ମାମଲା ସମସ୍ତଙ୍କୁ ଜଣାଅଛି । ଅନ୍ୟ ପଟେ ମମିତା ମେହେର, ବେବିନା, ଇତିଶ୍ରୀ, ସ୍ମିତାରାଣୀ ଭଳି ମହିଳା ପ୍ରସଙ୍ଗରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତ କାହାକୁ ଅଛପା ନାହିଁ । ତେଣୁ ଅଯଥାରେ ଉଭୟ ବିଜେଡି ଓ କଂଗ୍ରେସ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବୋଲି ସୁଶ୍ରୀ ଓରାମ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ୟ୍ୟା ବିଶ୍ୱାଳ ଏବଂ ଉପସଭାନେତ୍ରୀ ମନିଷା ବେହେରା, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାଷିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading
    ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

    ଭଦ୍ରକ: ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ