ଉଭେଇ ଗଲା ତାତି

ଭୁବନେଶ୍ୱର: ଉଭେଇ ଗଲା ତାତି । ଆଗକୁ ତିନି ଦିନ ଯାଏ ତାତି କମ୍ ରହିବ । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳେ ରହିବ । ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ପାଖାପାଖି ରହିବ । ଉତ୍ତର, ଦକ୍ଷିଣ ଓ ଉପକୂଳରେ ୩୦ଡିଗ୍ରୀରୁ ୩୩ ଡିଗ୍ରୀ ପାଖାପାଖି ରହିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ରବିବାର ରାଜ୍ୟର ସବୁଠି ପାଗ ଥଣ୍ଡା ଥଣ୍ଡା ରହିଥିଲା । କେବଳ ବୌଦ୍ଧରେ ୪୧.୭ ଡିଗ୍ରୀ ତାତି ରହିଥିଲା । ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୦.୨ ଓ ତାଳଚେରରେ ୪୦ ଡିଗ୍ରୀ ରହିଥିଲା । ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ୩୫ରୁ ୩୭ ଡିଗ୍ରୀ ପାଖାପାଖି ରହିଥିଲା । ଦେବଗଡ଼ରେ ୩୬, ବାରିପଦାରେ ୩୬.୮ଡିଗ୍ରୀ, ସୋନପୁରରେ ୩୭.୮, ବରଗଡ଼ରେ ୩୭.୯, ସମ୍ବଲପୁରରେ ୩୮.୨, ନୂଆପଡ଼ାରେ ୩୮.୫ ଓ ସୁନ୍ଦରଗଡ଼ରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ତାତି ୩୦-୩୨ଡିଗ୍ରୀ ପାଖକୁ ଖସି ଆସିଥିଲା । କଟକ ଓ ଭୁବନେଶ୍ୱର ଓ ଗୋପାଳପୁରରେ ଦିନତମାମ ପାଗ ମେଘୁଆ ରହିଥିଲା । ଗୋପାଳପୁରରେ ୨୯.୬, ଭୁବନେଶ୍ୱରରେ ୩୦.୨ ଓ କଟକରେ ୩୦.୪ ଡିଗ୍ରୀ ରେକର୍ଡ ହୋଇଥିଲା ।

  • Related Posts

    ଆଜିଠୁ ଓଜେଇଇ-୨୦୨୬ ପରୀକ୍ଷା ଆରମ୍ଭ

    ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ଆରମ୍ଭ ହେବ । ୧୦ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ…

    Continue reading
    ଗୁଳି ଫୁଟାଇଲେ ଆଉ ଲୁଟିନେଲେ ୨୫ ଲକ୍ଷର ସୁନା-ରୂପା

    ବାଲେଶ୍ୱର :ପ୍ରଥମେ ଛୁରୀ ଦେଖାଇଲେ ତା’ରେ ଫାୟାରିଂ। ଆଉ ଲୁଟିନେଲା ସୁନା ରୁପା। ବାଲେଶ୍ୱର ଜିଲ୍ଲା ଖଇରାରେ ହୋଇଛି ଏଭଳି କିଛି ସଶସ୍ତ୍ର ଲୁଟ୍‌। ଗୁଳି ଫୁଟାଇ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ