
ଭୁବନେଶ୍ୱର:ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନ। ଆଜି ଶେଷଦିନରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ଵର ହୋତା। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୨ ସେଟ୍ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କମନ୍ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଦତ୍ତେଶ୍ୱରଙ୍କ ପ୍ରାର୍ଥିତ୍ୱକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆମ ୩ଟି ଦଳର ସମର୍ଥନରେ ଡା. ଦତ୍ତ୍ୱେଶ୍ୱର ହୋତା ପ୍ରାର୍ଥୀ ହୋଇଛନ୍ତି । ସମାଜବାଦୀ ଓ ସମଭାବାପନ୍ନଙ୍କୁ ଏକାଠି ପାଇଁ ନବୀନ ଆହ୍ୱାନ ଦେଇଥିଲେ । ତେଣୁ ଏକାଠି ହେବା ଐତିହାସିକ ପଦକ୍ଷେପ ।




