ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ

ଭଦ୍ରକ: ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଯାଇଛି। ଭଦ୍ରକରେ ରମ୍ଭିଳା ନିକଟରେ କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ଏକ୍ସପ୍ରେସଟି ଟ୍ରେନଟି ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା। ରାଣୀତାଲ ନିକଟରେ ଟ୍ରେନର ଏକ ବଗିରୁ ଧୂଆଁ ବାହାରୁଥିବା ଗେଟ୍ କିପର ଦେଖିଥିଲେ। ଏନେଇ ତୁରନ୍ତ ଷ୍ଟେସନ ମାଷ୍ଟରକୁ ଜଣାଇବା ସହ ଲୋକ ପାଇଲଟକୁ ଜଣାଇଥିଲେ। ପରେ ରମ୍ଭିଳା ନିକଟରେ ଟ୍ରେନଟି ଅଟକାଯାଇ ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା। ବ୍ରେକ ବାଇଣ୍ଡିଂରୁ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି। ନିଆଁକୁ ଆୟତ୍ତ କରିବା ପରେ ନିର୍ଦ୍ଦିଷ୍ଟ ସମୟରୁ ୨୦ ମିନିଟ୍ ବିଳମ୍ବରେ ଟ୍ରେନଟି ଛାଡ଼ିଛି।

  • Related Posts

    ହର୍ମୁଜ ପାଇଁ ଏକାଠି ବସିଲେ ୬୦ ଦେଶ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି ଇରାନ ଯୁଦ୍ଧ। ଏହି ସମୟରେ, ଗୁରୁବାର ବ୍ରିଟେନର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଶ୍ୱର ୬୦ ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ବିକ୍ରମ ମିଶ୍ରି ଏହି ବୈଠକରେ…

    Continue reading
    ପାକିସ୍ତାନରେ ପେଟ୍ରୋଲ ୪୫୮ଟଙ୍କା

    ନୂଆଦିଲ୍ଲୀ:ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର । ଲିଟର ପିଛା ପେଟ୍ରୋଲ ୪୫୮ଟଙ୍କା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୫୨୦ଟଙ୍କା ଅତିକ୍ରମ କରିଛି। ପାକିସ୍ତାନ ଗୋଟିଏ ପଟେ ଆମେରିକା ଏବଂ ଇରାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ