
ଭୁବନେଶ୍ବର: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି ଗୋଟିଏ ଜିଲାରେ ମଧ୍ୟ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ତେବେ ଯେଉଁମାନେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିଛନ୍ତି ସେହି ଅଫିସରମାନଙ୍କ ତଥ୍ୟ ମାଗିଛନ୍ତି ସରକାର । ସବୁ SP ଓ କମିଶନରେଟ ପୋଲିସର DCPଙ୍କୁ ତଥ୍ୟ ମଗାଯାଇଛି ।



