ଏସିଆ କପ୍‌: ଆଜି ୟୁଏଇ- ଭାରତ ମୁକାବିଲା

ଦୁବାଇ: ବୁଧବାର ଘରୋଇ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ) ବିପକ୍ଷରେ ଖେଳି ଗତଥରର ଚମ୍ପିଆନ୍‌ ଭାରତ ଏସିଆ କପ୍‌ର ୧୭ଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ। ମାସାଧିକ ସମୟ ପରେ ଭାରତ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାକୁ ଯାଉଛି। ଟ୍ବେଣ୍ଟି୨୦ ଫର୍ମାଟରେ ଖେଳା ଯାଉଥିବା ଏହି ଗ୍ରୁପ୍ ‘ଏ’ ମୁକାବିଲା ଜିତିବାକୁ ଶକ୍ତିଶାଳୀ ଭାରତ ବଡ଼ ଫେଭରିଟ୍‌। ସହଜ ବିଜୟ ହାସଲ କରି ରବିବାର ହେବାକୁ ଥିବା ପାକିସ୍ତାନ ବିପକ୍ଷ ହାଇ ଭୋଲ୍‌ଟେଜ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ହେବ। ୨୦୧୬ ଏସିଆ କପ୍‌ରେ ଭାରତ ବିପକ୍ଷରେ ୟୁଏଇ ଏକମାତ୍ର ମ୍ୟାଚ୍‌ ଖେଳି ୯ ୱିକେଟ୍‌ରେ ପରାସ୍ତ ହୋଇଛି। ଗତ ଏକ ବର୍ଷରେ ୟୁଏଇ ୨୭ଟି ମ୍ୟାଚ୍‌ ଖେଳି ୨୦ଟି ଜିତିଛି। ହେ​‌େ​‌ଲ ଶକ୍ତିଶାଳୀ ଭାରତ ବିପକ୍ଷରେ ୟୁଏଇ ଉକ୍ତ ପ୍ରଦର୍ଶନ ଦୋହରାଇବା କଷ୍ଟକର ହେବ। ୟୁଏଇ ପାଇଁ ଏସିଆ କପ୍‌ କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ; ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନର ସୁଯୋଗ। ପୂର୍ବତନ ଭାରତୀୟ ଓପ୍‌ନର ଲାଲଚାନ୍ଦ ରାଜପୁତ ୟୁଏଇର ଦଳର ମୁଖ୍ୟ ପ୍ରଶିକ୍ଷକ। ତାଙ୍କ ଦଳ ଭାରତକୁ କଡ଼ା ଟକ୍କର ଦେବ ବୋଲି ରାଜପୁତ ଚେତାବନୀ ଦେଇଛନ୍ତି।

ତେବେ ୟୁଏଇ ଯଦି ଏହି ମ୍ୟାଚ୍‌ ଜିତିନିଏ; ତେବେ କ୍ରିକେଟ୍‌ ଦୁନିଆରେ ଏହା ଅନ୍ୟତମ ବଡ଼ ବିପର୍ୟ୍ୟୟ ହେବ। ୟୁଏଇ ଦଳରେ କିଛି ମ୍ୟାଚ୍‌ ବିଜେତା ଖେଳାଳି ଅଛନ୍ତି। ଗତ ମେ’ରେ ପ୍ରଥମଥର ଏକ ଟେଷ୍ଟ ଖେଳୁଥିବା ଦେଶ ବିପକ୍ଷରେ ୟୁଏଇ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଥିଲା। ଶାରଜାରେ ବାଂଲାଦେଶକୁ ୨-୧ରେ ୟୁଏଇ ପରାସ୍ତ କରିଥିଲା। ୨ୟ ଟ୍ବେଣ୍ଟି୨୦ରେ ବାଂଲାଦେଶ ୨୦୫ ରନ୍‌ କରିଥିଲା। ହେଲେ ୟୁଏଇ ଅଧିନାୟକ ତଥା ଓପ୍‌ନର ମହମ୍ମଦ ୱାସିମ୍‌ ୪୨ ବଲ୍‌ରୁ ବିସ୍ଫୋରକ ୮୨ ରନ୍‌କରି ୟୁଏଇକୁ ଜିତାଇଥିଲେ। ୩ୟ ମ୍ୟାଚ୍‌ରେ ଆଲିସାନ୍ ସରାଫୁଙ୍କ ଅପରାଜିତ ୬୮ ରନ୍‌ ବଳରେ ୟୁଏଇ ଜିତିଥିଲା। ନିକଟରେ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ୟୁଏଇ ୪ଟିଯାକ ମ୍ୟାଚ୍‌ ହାରିଥିଲେ ହେଁ ସମସ୍ତ ମ୍ୟାଚ୍‌ରେ ଏହା କଡ଼ା ମୁକାବିଲା କରିଥିଲା। ଶେଷ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନଠାରୁ ଏହା ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିଲା। ମହମ୍ମଦ ୱାସିମ୍‌ ୟୁଏଇର ପ୍ରମୁଖ ବ୍ୟାଟର। ସେ ୨୫୦୦ରୁ ଅଧିକ ଟ୍ବେଣ୍ଟି୨୦ ରନ୍‌ କରିଛନ୍ତି। ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ ଆସିଫ୍ ଖାଁ ଓ ୱିକେଟ୍‌ ରକ୍ଷକ ରାହୁଲ ଚୋପ୍ରା ଦଳର ଦୁଇ ପ୍ରମୁଖ ବ୍ୟାଟ୍‌ସମ୍ୟାନ। ବାମହାତି ମହମ୍ମଦ ଜୱାଦୁଲ୍ଲା ଦଳର ମୁଖ୍ୟ ପେସ୍‌ ବୋଲର। ୩୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ସେ ୪୭ଟି ୱିକେଟ୍‌ ନେଇଛନ୍ତି। ସେ ନୂଆବଲ୍‌କୁ ସ୍ବିଙ୍ଗ୍‌ କରିପାରନ୍ତି। ଲୁଧିଆନାର ସିମ୍ରନ୍‌ଜିତ ସିଂହ ୟୁଏଇର ଭଲ ବାମହାତି ସ୍ପିନର। ବଡ଼ ଦଳଙ୍କ ବିପକ୍ଷରେ କମ୍ ମ୍ୟାଚ୍‌ ଖେଳିଥିଲେ ହେଁ ଆନ୍ତର୍ଜାତିକ କ୍ରିକେଟ୍‌ରେ ୟୁଏଇର ବେଶ୍‌ ଅଭିଜ୍ଞତା ଅଛି। ତେବେ ବିଶ୍ବ ଚମ୍ପିଆନ୍ ତଥା ବିଶ୍ବର ୧ନଂ ଦଳ ଭାରତ ବହୁତ ଶକ୍ତିଶାଳୀ।

ପୁଣି ଟି୨୦ରେ ବିଶ୍ବର ୧ନଂ ବ୍ୟାଟ୍‌ସମ୍ୟାନ ଅଭିଷେକ ଶର୍ମା ଓ ୧ନଂ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଦଳରେ ରହିଛନ୍ତି। ଉପଅଧିନାୟକ ​‌େ​ହାଇ ଶୁଭମନ ଗିଲ୍‌ ଟ୍ବେଣ୍ଟି୨୦ ଦଳକୁ ଫେରିଛନ୍ତି। ଯଶପ୍ରୀତ ବୁମ୍‌ରାଙ୍କ ପରି ମାରାତ୍ମକ ବୋଲର ଏହି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଏସିଆ କପ୍‌ରୁ ଆସନ୍ତାବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହେବ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆରମ୍ଭରୁ ଅଦ୍ୟାବଧି ଭାରତ ୨୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତି ମାତ୍ର ୩ଟି ହାରିଛି। ଭାରତର ୱିକେଟ୍‌ ରକ୍ଷକ ସ୍ଥାନ ଚର୍ଚ୍ଚା ଚାଲିଥିବା ବେଳେ ଏହି ସ୍ଥାନ ଜିତେଶ ଶର୍ମାଙ୍କୁ ମିଳିପାରେ। ଫଳରେ ଅଭିଷେକଙ୍କ ସହ ଶୁଭମନ ଗିଲ୍‌ ଓପନ୍‌ କରିବେ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଓ ତିଳକ ବର୍ମା ମଧ୍ୟକ୍ରମ ସମ୍ଭାଳିବେ। ଫଳରେ ସଞ୍ଜୁ ସାମ୍‌ସନ, ରିଙ୍କୁ ସିଂହ, ଶିବମ୍‌ ଦୁବେଙ୍କ ପରି ଖେଳାଳିଙ୍କୁ ସୁଯୋଗ ମିଳିବା କଷ୍ଟ। ନୂଆ ବଲ୍‌ ବୋଲର ଭାବେ ହର୍ଷିତ ରାଣା ଓ ବାମହାତି ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣେ ଖେଳିବେ। ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଦୁଇ ସ୍ପିନର ଭାବେ ଖେଳିବେ। ହାର୍ଦିକଙ୍କ ସହ ଅକ୍ଷର ପଟେଲ ଅଲ୍‌ରାଉଣ୍ଡର ଭାବେ ଖେଳିବେ।

  • Related Posts

    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading
    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ