ଏସିଆ କପ୍ ଟି୨୦ ପାଇଁ ଭାରତୀୟ ଦଳ ଘୋଷିତ, ଉପଅଧିନାୟକ ହେଲେ ଶୁବମନ୍ ଗିଲ୍‌

ମୁମ୍ବାଇ,20।08:ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ଟି୨୦ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଶୁବମନ୍ ଗିଲ୍ (ଉପଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହ, ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ହର୍ଷିତ ରାଣା, ରିଂକୁ ସିଂହ ଏବଂ ସଂଜୁ ସାମସନ୍ ଦଳରେେ ସ୍ଥାନ ପାଇଛନ୍ତି। ଇଂଲଣ୍ଡରେ ଚମକପ୍ରଦ ପ୍ରଦର୍ଶନ ପରେ ଶୁବମନ୍ ଗିଲ୍‌ ଏସିଆ କପ୍ ପାଇଁ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି। ଟେଷ୍ଟ୍‌ ଦଳର ଏହି ଯୁବ ଅଧିନାୟକଙ୍କୁ ଟି୨୦ ଫର୍ମାଟ୍‌ର ଉପଅଧିନାୟକ ପଦ ମିଳିଛି। ଅକ୍ଷର ପଟେଲ୍‌ଙ୍କ ବଦଳରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସୂର୍ଯ୍ୟ କୁମାର ୟାଦବଙ୍କ ନେତୃତ୍ବାଧୀନ ଦଳରେ ଅଭିଷେକ ଶର୍ମା ଓ ସଂଜୁ ସାମ୍‌ସନ ପ୍ରାରମ୍ଭିକ ବ୍ୟାଟର୍ ଭାବେ ସ୍ଥାନ ପାଇଛନ୍ତି। ପ୍ରସିଦ୍ଧ କ୍ରିଷ୍ଣା, ୱାସିଂଟନ୍ ସୁନ୍ଦର, ରିୟାନ୍ ପରାଗ, ଧ୍ରୁବ ଜୁରେଲ, ‌ଯଶସ୍ବୀ ଜୟସ୍ବାଲ ପ୍ରମୁଖ ସଂରକ୍ଷିତ ଖେଳାଳି ଭାବେ ଅଛନ୍ତି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ