ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି ୫ ଘଣ୍ଟା ୧୦ ମିନିଟରେ ଅତିକ୍ରମ କରିଥିବା ଜଣାପଡିଛି। ଏହି ମାଲଗାଡିର ଲମ୍ବ ୪.୫ କିମି ହୋଇଥିବାବେଳେ ଏଥିରେ ୭ଟି ଇଞ୍ଜିନ ଓ ୩୫୪ଟି ବଗି ଖଞ୍ଜାଯାଇଛି। ସମ୍ମୁଖରେ ଦୁଇଟି ଇଞ୍ଜିନ ଲାଗିଥିବାବେଳେ ପ୍ରତ୍ୟେକ ୫୯ଟି ବଗି ପରେ ଗୋଟିଏ ଲେଖାଏଁ ଇଞ୍ଜିନ ଖଞ୍ଜାଯାଇଛି। ଏହା ଘଣ୍ଟାକୁ ୪୦-୫୦ କିମି ବେଗରେ ଯାତ୍ରା କରୁଛି। ପ୍ରତ୍ୟେକ ବଗିରେ ୭୨ ଟନ ଓଜନର ସାମଗ୍ରୀ ପରିବହନ କରାଯାଇପାରିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଟ୍ରାଏଲ ରନ୍ର ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍ଲୋଡ କରିଛନ୍ତି। ଖୁବଶୀଘ୍ର ଏହି ମାଲଗାଡିକୁ ଧାନବାଦ ଡିଭିଜନକୁ ପଠାଯିବ। ଏହାଦ୍ବାରା ଅଧିକ ପରିମାଣର ସାମଗ୍ରୀ ପରିବହନ କରାଯିବା ସହ ସମୟ ସଞ୍ଚୟ ଓ ଖର୍ଚ୍ଚ କାଟ ହୋଇପାରିବ ବୋଲି କୁହାଯାଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଞ୍ଚଟି ମାଲଗାଡିକୁ ସଂଯୋଗ କରାଯାଇ ଏଭଳି ଦୀର୍ଘତମ ମାଲଗାଡି ପ୍ରସ୍ତୁତ କରାଯାଇଛି।
ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…







