‘ଏସ୍‌ଓପି’ ପାଳନ ନ କଲେ ଦରମା ବନ୍ଦ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ୟ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲାବେଳେ ବୁଧବାର ‘ଏସ୍‌ଓପି’ ଜାରି ହୋଇଛି। ଯଦି ସଂପୃକ୍ତ ବିଭାଗ ପରାମର୍ଶଦାତାଙ୍କ ନିଯୁକ୍ତି ବେଳେ ଏହି ‘ଏସ୍‌ଓପି’ ପାଳନ ନ କରେ ତେବେ ୨୦୨୬ ଏପ୍ରିଲ ପହିଲାରୁ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଅବଗତ କରାଇଛନ୍ତି। ପ୍ରମୁଖ ସଚିବ ମିଶ୍ର ବୁଧବାର ସବୁ ବିଭାଗର ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ, ଅର୍ଥ ବିଭାଗ ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ରେ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ, ସଂପୃକ୍ତ ବିଭାଗଗୁଡ଼ିକ ପରାମର୍ଶଦାତାଙ୍କ ନିଯୁକ୍ତି ପାଇଁ ଅର୍ଥ ବିଭାଗଠାରୁ ଅନୁମତି ନେବାକୁ ହେବ। ବିଭାଗ ପକ୍ଷରୁ ତୁରନ୍ତ କାର୍ୟ୍ୟରତ ପରାମର୍ଶଦାତା, ପିଏମ୍‌ୟୁ ସେଲ୍‌ ଏବଂ ଟିଏସ୍‌ୟୁ ସେଲ୍‌ର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ସ୍ପଷ୍ଟଭାବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ଅବଗତ କରାଇବାକୁ ପଡ଼ିବ। ତେବେ ଏହି ସମସ୍ତ ପ୍ରକ୍ରିୟା ୨୦୨୬ ମାର୍ଚ୍ଚ ସୁଦ୍ଧା ଶେଷହେବା ଆବଶ୍ୟକ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ