ଏସ୍‌ସିବି ଅଗ୍ନିକାଣ୍ଡ: ୧୨କୁ ବଢ଼ିଲା ମୃତ୍ୟୁସଂଖ୍ୟା

କଟକ: ପୂର୍ବ ଭାରତର ଅନ୍ୟତମ ବୃହତ ସରକାରୀ ହସ୍ପିଟାଲ୍ ଏସ୍‌ସିବି ମେଡିକାଲ୍‌ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗି ୧୨ ଜଣ ରୋଗୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅଘଟଣ ପରେ ଟ୍ରମା ଆଇସିୟୁରୁ ସ୍ଥାନାନ୍ତରିତ ୪ ଗୁରୁତରଙ୍କୁ ପ୍ରଥମେ ନ୍ୟୁ ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯିବା ପରେ ବିଳମ୍ବିତ ସନ୍ଧ୍ୟାରେ ୩ ଜଣଙ୍କୁ ନ୍ୟୁରୋ ସର୍ଜରୀ ଆଇସିୟୁ ଓ ଅନ୍ୟ ଜଣଙ୍କୁ ଅର୍ଥୋପେଡିକ୍ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗଠନ କରିଛନ୍ତି ଓ ବିଭିନ୍ନ ବିଭାଗର ବିଶେଷଜ୍ଞ ମିଳିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି ।
ଆଇସିୟୁ ବାଦ୍ ୬ ମହଲା ବିଶିଷ୍ଟ ଏହି ବିଲ୍ଡିଂର ତଳ ମହଲା, ଦ୍ୱିତୀୟ ମହଲା ଓ ତୃତୀୟ ମହଲାରେ ପ୍ରାୟ ଶହେ ଦୁର୍ଘଟଣାଗ୍ରସ୍ତ ଚିକିତ୍ସିତ ହେଉଥିଲେ । ସମସ୍ତଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇ ବାହାରକୁ ନିଆଯାଇଥିଲା । ନିଆଁ ଧାସ ଓ ଧୂଆଁ ଭିତରେ ଏହି ଗୁରୁତର ରୋଗୀମାନେ ପ୍ରାୟ ଘଣ୍ଟାଏ କାଳ କଲବଲ ହୋଇଥିଲେ । ତେବେ ଚତୁର୍ଥ ମହଲା ଲିଭର୍ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ହୋଇଥିବାରୁ ଏହା ଖାଲି ଥିଲା । ଅନ୍ୟପକ୍ଷରେ ପଞ୍ଚମ ମହଲାରେ ଥିବା ସେଣ୍ଟ୍ରାଲ୍ ଆଇସିୟୁ ପର୍ୟ୍ୟନ୍ତ ଧୂଆଁ ଯାଇନଥିବାରୁ ସେଠାରେ ଚିକିତ୍ସାଧୀନ ରୋଗୀଙ୍କୁ ସ୍ଥାନାନ୍ତର କରିବା ଆବଶ୍ୟକ ପଡ଼ିନଥିଲା । ସଟ୍ର୍ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି । କଟକ ବଡ଼ ଡାକ୍ତରଖାନାରେ ଏଭଳି ବଡ଼ ଅଘଟଣ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ବିବରଣୀ ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳକୁ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗିଥିଲା । ଦେଖୁଦେଖୁ ନିଆଁ ସାରା ଆଇସିୟୁରେ ଖେଳିଯାଇଥିଲା । ସେଠାରେ ୧୫ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ସମସ୍ତଙ୍କ ଦେହରେ ଭେଣ୍ଟିଲେଟର୍, ଅକ୍ସିଜେନ୍, ସାଲାଇନ୍ ଆଦି ଲାଗିଥିଲା । ସେମାନେ ନିଜେ ଉଠିବା ସ୍ଥିତିରେ ନଥିଲେ । ନିଆଁ ଓ ଧୂଆଁ ଏତେ ଅଧିକ ଥିଲା ଯେ ଆଇସିୟୁ ଭିତରକୁ କେହି ପଶିବା ବି କଷ୍ଟକର ହୋଇଯାଇଥିଲା । ଫଳରେ ଆଇସିୟୁ ଭିତରେ ହିଁ ୭ଜଣଙ୍କ ଜୀବନ ଚାଲିଯାଇଥିଲା । ନିଆଁ ଲିଭାଯିବା ପରେ ଏସ୍‌ସିବିର ନ୍ୟୁ ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ରୋଗୀଙ୍କ ଭିତରୁ ୫ଜଣ ସେଠାରେ ଆଖି ବୁଜିଥିଲେ ।

ମୃତକମାନେ ହେଲେ, କଟକ ଜିଲ୍ଲା ଚୌଦ୍ୱାର ଜେନିପୁରର ରମେଶ ଚନ୍ଦ୍ର ପରିଡ଼ା (୪୫), ବାଲେଶ୍ୱର ଜିଲ୍ଲା ରୁପ୍ସା ଅଞ୍ଚଳର ମଧୁସୂଦନ ଦଳାଇ (୫୬), ଯାଜପୁର ଧର୍ମଶାଳା ଥାନା ବଡ଼ମଙ୍ଗଳପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ବିଶ୍ୱାଳ (୭୫), କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ ନାରାୟଣପୁରର ରବିନ୍ଦ୍ର ଦାସ (୩୦), ଅନୁଗୁଳ ଜିଲ୍ଲାର ଚେରୁ ପରିଡ଼ା (୧୦୦), କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ ସରାମୁହିଁ ଗ୍ରାମର ମେନକା ରାଉତ (୭୦), ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳର ସେକ୍ ଅବଦୁଲ୍ ସତ୍ତାର୍ (୮୦), କଟକ ଜିଲ୍ଲା ମାହାଙ୍ଗା ପାଇକରାପୁରର ଗୌରାଙ୍ଗ ଚନ୍ଦ୍ର ବାରିକ (୪୦), ଭୁବନେଶ୍ୱର ଡୁମଡୁମା ଅଞ୍ଚଳର ଏମ୍ଡି ନୟୁମ୍ (୩୫), କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କାଶୀପାଲାର ଦସରୁ ମୁଣ୍ଡା (୬୫), କୋରାପୁଟର ପବିତ୍ର ତିସାରି ଓ ଭଦ୍ରକ ଜିଲ୍ଲା ସାବରଂଗ ଥାନା ଅଞ୍ଚଳର କଲ୍ୟାଣୀ ମଲିକ (୧୧) ।

  • Related Posts

    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading
    ଜନଗଣନା ନ ସରିବା ଯାଏ କର୍ମଚାରୀଙ୍କ ବଦଳି ବନ୍ଦ

    ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଥିବା ଜନଗଣନା ବର୍ଷେ ପର୍ୟ୍ୟନ୍ତ ଜାରି ରହିବ। ସେ ପର୍ୟ୍ୟନ୍ତ ଏଥିରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ଉପରେ କଟକଣା ଲଗାଯାଇଛି। ଏନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ